କୋଲକାତା: ଚର୍ଚ୍ଚାରେ ପଶ୍ଚିମବଙ୍ଗର ଦୁଇ ସୁନ୍ଦରୀ ସାଂସଦ । ପ୍ରଥମେ ସୋସିଆଲ ମିଡିଆରେ ନିଜ ଗ୍ଲାମରସ୍ ଲୁକ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଆଉ ଏବେ ସଂସଦ ଯାଇ ୟୁଜର୍ସଙ୍କ ଟ୍ରୋଲର ଶିକାର ହେଲେ ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତି ଏବଂ ନୁସରତ ଜାହାନ୍ ।
ସଂସଦରେ ଫଟୋ ଉଠାଇ ଟ୍ରୋଲ ହେଲେ ସାଂସଦ
ସଂସଦ ଯାଇ ୟୁଜର୍ସଙ୍କ ଟ୍ରୋଲର ଶିକାର ହେଲେ ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତି ଏବଂ ନୁସରତ ଜାହାନ୍ । ମିମି ଏବଂ ନୁସରତ ସଂସଦ ସାମ୍ନାରେ ମଡେଲ ଭଳି ପୋଜ ଦେଇ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ । ଯାହା ଫଳରେ ୟୁଜର୍ୟ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।
ମିମି ଏବଂ ନୁସରତ ସଂସଦ ସାମ୍ନାରେ ମଡେଲ ଭଳି ପୋଜ ଦେଇ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ । ତେବେ ସଂସଦ ସାମ୍ନାରେ ଏଭଳି ମଡେଲଙ୍କ ଭଳି ପୋଜ ଦେବା ଫ୍ୟାନ୍ସଙ୍କୁ ପସନ୍ଦ ଆସିନଥିଲା । ଯାହା ଫଳରେ ୟୁଜର୍ୟ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର୍ୟ ଲେଖିଛନ୍ତି, 'ଏହା ସଂସଦ କୌଣସି ଫ୍ୟାସନ ଶୋ ନୁହେଁ' । ଆଉ ଜଣେ ଲେଖିଛନ୍ତି, ସଂସଦ ବାହାରେ ଠିଆ ହୋଇ ପୋଜ ଦେବାର କିଛି ଶୈଳୀ ଥାଏ, ଏହା କୌଣସି ଫିଲ୍ମସେଟ ନୁହେଁ ।'
ସୂଚନା ଯୋଗ୍ୟ ଯେ, ମିମି ଚକ୍ରବର୍ତ୍ତି ଏବଂ ନୁସରତ ଜାହାନ୍ 17ତମ ଲୋକସଭା ନିର୍ବାଚନ ଟିଏମସିରୁ ଲଢିଥିଲେ ଏବଂ ଏଥିରେ ବିଜୟ ହାସଲ କରିଥିଲେ । ମିମି ପଶ୍ଚିମବଙ୍ଗର ଜାଦବପୁର ଲୋକସଭା ଆସନରେ ନିର୍ବାଚନ ଜିତିଛନ୍ତି ଏବଂ ନୁସରତ ବସୀରହାଟ ଲୋକସଭା ଆସନରେ ବିଜୟ ହାସଲ କରିଛନ୍ତି ।