ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମାରେ ଘଟିଥିବା ଆତ୍ମଘାତୀ ଆକ୍ରମଣକୁ ଆଜି ବର୍ଷେ ପୁରିଛି । ଏହି ଆତଙ୍କବାଦୀ ଆକ୍ରମଣରେ 40 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହି ଅବସରରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହି କ୍ରମରେ ଶ୍ରୀନଗରର ଲେଥପୋରା କ୍ୟାମ୍ପରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ପୁଲୱାମାକୁ ବର୍ଷେ, ଲେଥପୋରା କ୍ୟାମ୍ପରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି - CRPF jawans
ଜମ୍ମୁ କ ଶ୍ମୀରର ପୁଲୱାମାରେ ଘଟିଥିବା ଆତ୍ମଘାତୀ ଆକ୍ରମଣକୁ ଆଜି ବର୍ଷେ ପୁରିଛି । ଏହି ଅବସରରେ ଶ୍ରୀନଗରର ଲେଥପୋରା କ୍ୟାମ୍ପରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢନ୍ତୁ...
ପୁଲୱାମା ଆକ୍ରମଣ
ସିଆରପିଏଫର ଉଚ୍ଚପଦସ୍ଥ ଅଧିକାରୀ ଏଠାରେ ପହଞ୍ଚି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶହୀଦଙ୍କ ସମ୍ମାନରେ ଲେଥପୋରାରେ ଏକ ସ୍ମାରକୀ ନିର୍ମାଣ କରାଯାଇଛି । ଏଥିପାଇଁ ଶହୀଦ ଯବାନଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରି ଆଣିଛନ୍ତି ମହାରାଷ୍ଟ୍ରର ଉମେଶ ଯାଦବ ନାମକ ଜଣେ ବ୍ୟକ୍ତି । ଏହାକୁ ସେ ସିଆରପିଏଫ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ମାଟିକୁ ଉକ୍ତ ସ୍ମାରକରେ ରଖାଯିବ ।