ଓଡିଶା

odisha

ETV Bharat / bharat

ଲକ୍ ଡାଉନରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଅନୁମତି

କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ରବିବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲକଡାଉନ୍ ଅବଧି ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଅନୁମତି ଦେବାକୁ କହିଛନ୍ତି ।

By

Published : Mar 29, 2020, 11:19 PM IST

lockdown
ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଅନୁମତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ରବିବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲକଡାଉନ୍ ଅବଧି ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଅନୁମତି ଦେବାକୁ କହିଛନ୍ତି ।

ଗୃହ ସଚିବ ସ୍ପଷ୍ଟ କରିଛନ୍ତି ଯେ ପ୍ରିଣ୍ଟ ମିଡିଆ ପାଇଁ ଦିଆଯାଇଥିବା ରିହାତି ଅନୁଯାୟୀ, ଖବରକାଗଜ ବିତରଣ ଯୋଗାଣ ଶୃଙ୍ଖଳକୁ ମଧ୍ୟ ଅନୁମତି ଦିଆଯାଇଛି । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୁଖ୍ୟ ସଚିବ ମାନଙ୍କୁ ଏକ ପତ୍ର ଲେଖି ଲକ୍ ଡାଉନ୍ ସମୟରେ ଦୁଗ୍ଧ ସଂଗ୍ରହ ଓ ବିତରଣର ସମସ୍ତ ଯୋଗାଣକୁ ମଧ୍ୟ ଅନୁମତି ଦିଆଯାଇଛି ।

ଗ୍ରୋସରୀ ସାମଗ୍ରୀ ଯଥା ହ୍ୟାଣ୍ଡୱାସ, ସାବୁନ, ଓରାଲ କେୟାର ସାମଗ୍ରୀ, ବ୍ୟାଟେରୀ, ଚାର୍ଜର ଆଦି ପାଇଁ ମଧ୍ୟ ଅନୁମତି ଦିଆଯିବାକୁ ସଚିବ ଅଜୟ ଭଲ୍ଲା କହିଛନ୍ତି ।

@PTI

ABOUT THE AUTHOR

...view details