ଓଡିଶା

odisha

ETV Bharat / bharat

ତୀର୍ଥଯାତ୍ରୀଙ୍କୁ ଆଶ୍ବସ୍ତି, ରାତ୍ରୀଯାପନ ପାଇଁ ଭୋଗିବେନି ଅସୁବିଧା

ତୀର୍ଥ ଯାତ୍ରା ସମୟରେ ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସେଥିମଧ୍ୟରୁ ରାତ୍ରୀଯାପନ ପ୍ରମୁଖ ସମସ୍ୟା। ତେବେ ଋଷିକେଶରେ ଯାତ୍ରୀଙ୍କ ପାଇଁ ଅତିଥିଗୃହ ନିର୍ମାଣ କରାଯାଇଛି।

By

Published : Apr 3, 2019, 7:51 PM IST

ଫାଇଲ ଫଟୋ

ଋଷିକେଶ (ଉତ୍ତରାଖଣ୍ଡ): ଚାରିଧାମ ଯାତ୍ରାରେ ଦେଶ ବିଦେଶରୁ ଋଷିକେଶକୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର । ଯାତ୍ରା ସମୟରେ ରାତ୍ରୀଯାପନ କରିବାରେ ଯାତ୍ରୀ ଯେପରି ଅସୁବିଧା ଭୋଗିବେନି ସେ ନେଇ ରାଜ୍ୟ ସରକାର ଅତ୍ୟାଧୁନିକ ସୁବିଧା କରିଛନ୍ତି । ଯାହାର ନାଁ ରହିଛି ଅତିଥିଗୃହ। 15 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଶିବିର ।

ସୂଚନାନୁଯାୟୀ, ଏହି ଖର୍ଚ୍ଚ ପାଇଁ ଅଧା ଟଙ୍କା ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଓ ଟେହରୀ ଡେଭଲପମେଣ୍ଟ କରପୋରେସନ ବହନ କରିବ। ତେବେ ଚାରଧାମ ଯାତ୍ରା ଋଷିକେଶ ଓ ହରିଦ୍ବାର ଠାରୁ ଆରମ୍ଭ ହୋଇଥାଏ । ଏହି ଯାତ୍ରା ଦିର୍ଘ ଦିନର ହୋଇଥିବାରୁ ଯାତ୍ରୀଙ୍କୁ ଯେପରି ରହିବାରେ କୌଣସି ଅସୁବିଧା ନହୁଏ ସେଥିପାଇଁ ଜିଏମବିଏନ ପକ୍ଷରୁ ଚାରଧାମ ରାସ୍ତାରେ 50ରୁ ଅଧିକ ଅତିଥିଗୃହନିର୍ମାଣ କରାଯାଇଛି।

ଦେଶ ବିଦେଶରୁ ତୀର୍ଥଯାତ୍ରା ପାଇଁ ଆସୁଥିବା ଯାତ୍ରୀ ସହରରେ ହୋଟେଲ ଓ ଧର୍ମଶାଳାରେ ରହୁନ୍ତି । ହେଲେ ଯାତ୍ରୀଙ୍କ ସଂଖ୍ୟା ଅଧିକା ହେବାରୁ ହୋଟେଲ ଓ ଧର୍ମଶାଳାରେ ଯାଗା କମ ଥିବାରୁ ସେମାନେ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ରାତି ବିତାଇଥାନ୍ତି। ତେଣୁ ତୀର୍ଥଯାତ୍ରୀଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ABOUT THE AUTHOR

...view details