ରାୟପୁର: ରାୟପୁରରେ 15 ଯୋଡି ଟ୍ରାନ୍ସଜେଣ୍ଡରଙ୍କ ବିବାହ ସମ୍ପନ୍ନ ହୋଇଛି । ଶନିବାର ରାୟପୁରଠାରେ ସାମୂହିକ ହିନ୍ଦୁ ରୀତିନୀତିରେ 15 ଯୋଡି ଟ୍ରାନ୍ସଜେଣ୍ଡରଙ୍କ ବିବାହ କରାଯାଇଛି। ତେବେ ଏହି ବିବାହ ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁଯାୟୀ କରାଯାଇଥିଲା। ଯେଉଁଥିରେ ବିବାହ ପୂର୍ବର ରୀତନୀତି ହଳଦୀ, ମେହେନ୍ଦୀ, ର୍ନିବନ୍ଧ ଏବଂ ସଂଗୀତ ଆଦିର ଆୟୋଜନ କରାଯାଇଥିଲା।
ତେବେ ରାୟପୁର ସ୍ଥିତ ଟ୍ରାନ୍ସଜେଣ୍ଡର ଓ ସାମାଜିକ କାର୍ଯ୍ୟକର୍ତ୍ତାବିଦ୍ୟା ରାଜପୂତଙ୍କ ସହ ଏହି ବିବାହରେ ଛତିଶଗଡର ରାୟଗଡର ଏକ ଟ୍ରାନ୍ସଜେଣ୍ଡର ତଥା ମେୟର ମଧୁ କିନ୍ନର ଯୋଗ ଦେଇଥିଲେ।