ହାଇଦ୍ରାବାଦ: ମୋଦି ସରକାରର ଆଉ ଏକ ବୃହତ ପଦକ୍ଷେପ । 2030 ସୁଦ୍ଧା ଭାରତୀୟ ରେଳକୁ ସୌରଶକ୍ତି ଚାଳିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଏବେ 960ରୁ ଅଧିକ ଷ୍ଟେସନକୁ ସୌରଶକ୍ତି ଚାଳିତ କରାଯାଇଛି ।
ସେହିପରି 51,000 ହେକ୍ଟର ଜମିରେ 20 ଗିଗାୱାଟର ସୌରଶକ୍ତି ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ସୌର ଶକ୍ତିର ବ୍ୟବହାର ଭାରତୀୟ ରେଳକୁ ଶୂନ୍ୟ ଅଙ୍ଗାର ନିର୍ଗମନ ରେଳ କରିବ ବୋଲି ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର ।