ଓଡିଶା

odisha

ETV Bharat / bharat

ତାରରେ ଫସି ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ

ଅଭ୍ୟାସ ସମୟରେ ଦୁର୍ଘଟଣାର ଶିକାର ହୋଇଛି ଟ୍ରେନର ଏୟାରକ୍ରାଫ୍ଟ ଭିଟି-ଏଭିଭି । ଅଲିଗଡସ୍ଥିତ ଧାନିପୁର ଏୟାର ଷ୍ଟ୍ରାଇପରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ଏଏନ୍‌ଆଇ

By

Published : Aug 27, 2019, 11:02 AM IST

ଲକ୍ଷ୍ନୌ: ଅଭ୍ୟାସ ସମୟରେ ଦୁର୍ଘଟଣାର ଶିକାର ହୋଇଛି ଟ୍ରେନର ଏୟାରକ୍ରାଫ୍ଟ ଭିଟି-ଏଭିଭି । ଅଲିଗଡସ୍ଥିତ ଧାନିପୁର ଏୟାର ଷ୍ଟ୍ରାଇପରେ ଏହି ଦୁର୍ଘଟଣା ହୋଇଥିବା ସୂଚନା । ଘଟଣାରେ କେହି ହତାହତ ହୋଇ ନଥିବା ମଧ୍ୟ ଜଣା ପଡିଛି । ତେବେ ଖବର ପାଇ ଦମକଳ ବାହିନୀ ଓ ପୋଲିସ ଫୋର୍ସ ପହଞ୍ଚି ପ୍ରାଥମିକ ପଦକ୍ଷେପ ସ୍ବରୂପ ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ସୂଚନା ଅନୁଯାୟୀ ଅଲିଗଡରେ ଉଡାଣ ଅଭ୍ୟାସ କରୁଥିବା ଟ୍ରେନର ବିମାନ ଭିଟି-ଏଭିଭି ଲ୍ୟାଣ୍ଡ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଲ୍ୟାଣ୍ଡ କରିବା ସମୟରେ ବିମାନର ଏକ ଚକ ତାରରେ ଫସି ଯାଇଥିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

ତେବେ ଏହି ଟ୍ରେନର ବିମାନରେ ମୋଟ 6ଜଣ ଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣା ପଡିଛି ।

ଫଟୋ ସୌଜନ୍ୟ: ଏଏନ୍‌ଆଇ
ଫଟୋ ସୌଜନ୍ୟ: ଏଏନ୍‌ଆଇ

ABOUT THE AUTHOR

...view details