ଓଡିଶା

odisha

By

Published : Oct 18, 2019, 9:21 PM IST

ETV Bharat / bharat

ଆସୁଛି ନୂଆ ବ୍ୟବସ୍ଥା: ବନ୍ଦ ହେବ ମୋବାଇଲ ନମ୍ବର ପୋର୍ଟାବିଲିଟି

ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ)ର ସୂଚନା ମୁତାବକ ଆସନ୍ତା 4ରୁ 10 ନଭେମ୍ବର ପର୍ଯ୍ୟନ୍ତ ଗ୍ରାହକମାନେ ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ଆବେଦନ କରିପାରିବେ ନାହିଁ । ଏହାର କାରଣ ହେଉଛି ଆଗକୁ ଆସୁଥିବା ନୂଆ ଓ ସରଳ ମୋବାଇଲ ନମ୍ବର ପୋର୍ଟାବିଲିଟି ବ୍ୟବସ୍ଥା ।

ଫାଇଲ ଫଟୋ

ହାଇଦ୍ରାବାଦ: ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ଖୁବଶୀଘ୍ର ଆସିବାକୁ ଯାଉଛି ନୂଆ ଓ ସହଜ ବ୍ୟବସ୍ଥା । ଯାହା ଆସନ୍ତା ନଭେମ୍ବର 11ରୁ ଲାଗୁ ହେବାକୁ ଯାଉଛି । ହେଲେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ 4ରୁ 10 ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ହେବାକୁ ଯାଉଛି ମୋବାଇଲ ନମ୍ବର ପୋର୍ଟାବିଲିଟି ସେବା ।

ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ)ର ସୂଚନା ମୁତାବକ ଆସନ୍ତା 4ରୁ 10 ନଭେମ୍ବର ପର୍ଯ୍ୟନ୍ତ ଗ୍ରାହକମାନେ ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ଆବେଦନ କରିପାରିବେ ନାହିଁ । ଏହାର କାରଣ ହେଉଛି ଆଗକୁ ଆସୁଥିବା ନୂଆ ଓ ସରଳ ମୋବାଇଲ ନମ୍ବର ପୋର୍ଟାବିଲିଟି ବ୍ୟବସ୍ଥା । ଯାହାକି ଆସନ୍ତା 11 ନଭେମ୍ବର ଠାରୁ ଲାଗୁ ହେବାକୁ ଯାଉଛି । ତେବେ ମୋବାଇଲ ନମ୍ବର ପୋର୍ଟାବିଲିଟି ଦ୍ବାରା ଗ୍ରାହକମାନେ ନମ୍ବର ପରିବର୍ତ୍ତନ ନକରି ଅନ୍ୟ ଅପରେଟରକୁ ସ୍ବିଚ କରିପାରିବାର ବ୍ୟବସ୍ଥା ରହିଛି ।

ଟ୍ରାଇର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ପୂର୍ବେ କୌଣସି ଗ୍ରାହକ ଯଦି ସର୍ଭିସ ଏରିଆରେ ମୋବାଇଲ କମ୍ପାନୀ ବଦଳାଇବାକୁ ଚାହୁଁଥିଲେ ତେବେ କିଛି ଦିନରେ ତାହା ହୋଇଯାଉଥିଲା । ସେହିପରି ମୋବାଇଲ ନେଟୱାର୍କର ପରିସର ପରିବର୍ତ୍ତନ କରିବାକୁ ହେଲେ 5 ଦିନର ସମୟ ଲାଗୁଥିଲା । କିନ୍ତୁ ଆଗକୁ ଆସୁଥିବା ନୂଆ ବ୍ୟବସ୍ଥା ଦ୍ବାରା ସମସ୍ତ ପ୍ରକ୍ରିୟା ଗୋଟିଏ ଦିନ ଭିତରେ ଶେଷ କରିବାକୁ ଚେଷ୍ଟା ଜାରି ରହିଛି ।

ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ସମସ୍ତ ଲାଇସେନ୍ସ ପ୍ରାପ୍ତ ସର୍ଭିସ ଏରିଆରେ 6 ଦିନ ପର୍ଯ୍ୟନ୍ତ ମୋବାଇଲ ନମ୍ବର ପୋର୍ଟାବିଲିଟି ସେବା ବନ୍ଦ ରହିବ । ଏନେଇ ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details