ଓଡିଶା

odisha

ETV Bharat / bharat

ଟ୍ରାଇର ନୂଆ ବ୍ରଡକାଷ୍ଟିଂ ପ୍ଲାନ ହେଉଛି ମହଙ୍ଗା, ଅଭିଯୋଗ ପରେ ବଢିଲା ସମୟସୀମା

ଟ୍ରାଇର ଏହି ନୂଆ ବ୍ୟବସ୍ଥା ଅନୁସାରେ ଉପଭୋକ୍ତାମାନେ ନିଜ ଇଚ୍ଛା ଅନୁସାରେ ଚ୍ୟାନେଲ ବାଛିପାରିବେ । ଅର୍ଥାତ ଉପଭୋକ୍ତା ଯେତେ ଚ୍ୟାନେଲ ଦେଖିବେ ସେତିକି ପାଇଁ ଅର୍ଥ ଦେବେ । ଫଳରେ ମାସିକ ଡିଟିଏଚ ବା କେବୁଲ ଟିଭି ବଜେଟ କମିଯିବ ବୋଲି ଆଶା କରାଯାଉଥିଲା ।

ପ୍ରତୀକାତ୍ମକ ଫଟୋ

By

Published : Feb 16, 2019, 1:24 PM IST

ନୂଆଦିଲ୍ଲୀ: ଟେଲିକମ ରେଗୁଲେଟୋରି ଅଥରିଟୀ(ଟ୍ରାଇ) ପକ୍ଷରୁ ଜାରି ନୂଆ ବ୍ରଡକାଷ୍ଟିଂ ଓ କେବୁଲ ଟିଭି ସର୍ଭିସ ବ୍ୟବସ୍ଥା ଏବେ ବିଳମ୍ବରେ ଲାଗୁ ହେବ । ଜାନୁୟାରୀ 31 ତାରିଖ ଏହାର ଶେଷ ସମୟ ଥିବାବେଳେ ଗ୍ରାହକଙ୍କ ଅଭିଯୋଗ ପରେ ଏହାକୁ ବଢାଇ ଦିଆଯାଇଛି । ଏବେ ଏହି ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ନୂଆ ବ୍ୟବସ୍ଥାରେ ଅଧିକ ଦେୟ ପଡୁଥିବା ଓ ବିଭିନ୍ନ ସମସ୍ୟା ଦେଖାଦେଉଥିବା ଅଭିଯୋଗ ଆସିବା ପରେ ଟ୍ରାଇ ଏହି ନିଷ୍ପତ୍ତି ନେଇଛି ।

ଟ୍ରାଇର ଏହି ନୂଆ ବ୍ୟବସ୍ଥା ଅନୁସାରେ ଉପଭୋକ୍ତାମାନେ ନିଜ ଇଚ୍ଛା ଅନୁସାରେ ଚ୍ୟାନେଲ ବାଛିପାରିବେ । ଅର୍ଥାତ ଉପଭୋକ୍ତା ଯେତେ ଚ୍ୟାନେଲ ଦେଖିବେ ସେତିକି ପାଇଁ ଅର୍ଥ ଦେବେ । ଫଳରେ ମାସିକ ଡିଟିଏଚ ବା କେବୁଲ ଟିଭି ବଜେଟ କମିଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ପ୍ରକୃତରେ ମାସିକ ଦେୟ ଆଗ ଅପେକ୍ଷା ଆହୁରି ମହଙ୍ଗା ହୋଇଯାଇଛି ବୋଲି ଗ୍ରାହକ ଅଭିଯୋଗ କରିଥିଲେ ।

ଏହାକୁ ଲକ୍ଷ୍ୟ ରଖି ଟ୍ରାଇ ସମୟସୀମାକୁ ବଢାଇଦେଇଛି । ଫଳରେ ଜଣେ ସବସ୍କ୍ରାଇବର ଯଦି ନୂଆ ବ୍ୟବସ୍ଥା ଅନୁସାରେ ନିଜର ପ୍ଲାନ ବାଛି ନଥିବେ ତାଙ୍କର ପୁରୁଣା ପ୍ଲାନ ଚାଲୁ ରହିବ । ପ୍ରଥମେ ଗତ ବର୍ଷ ମାର୍ଚ୍ଚରେ ଟ୍ରାଇ କେବୁଲ ଟିଭି ଓ ଡିଟିଏଚ ସେବା ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବା ବିଷୟରେ ଘୋଷଣା କରିଥିଲା । ଜୁଲାଇ ୩ରେ ଏହି ବିଜ୍ଞପ୍ତିକୁ ପୁଣି ଥରେ ପ୍ରକାଶ କରାଯାଇ ଲାଗୁ କରିବାକୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଶେଷ ସମୟ ରଖାଯାଇଥିଲା । କିନ୍ତୁ ପରେ ଟ୍ରାଇ ଏହାକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢାଇଥିଲା ।

ABOUT THE AUTHOR

...view details