ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । 7 ଲକ୍ଷ ଅଭିମୁଖେ ସଂକ୍ରମଣ ସଂଖ୍ୟା । ଦେଶରେ ଲକଡାଉନ ସତ୍ତ୍ବେ ବୃଦ୍ଧି ପାଉଥିବା ମାମଲାକୁ ଦେଖିଲେ ଲାଗୁଛି ଯେପରି ସମସ୍ତ କଟକଣା ଓ ବ୍ୟବସ୍ଥା ଏଠି ଫେଲ ମାରୁଛି ।
ଏହି ସମୟ ଭିତରେ କୋରୋନା ଟେଷ୍ଟରେ ମଧ୍ୟ ବୃଦ୍ଧି କରାଯାଇଛି । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 80 ହଜାର 596ଟି ନମୁନା ପରୀକ୍ଷା କରାଯାଇଛି । ପ୍ରତ୍ୟେକ ଦିନ ଦେଶରେ ଥିବା ପଞ୍ଜିକୃତ ଲ୍ୟାବରେ ଏହି ପରୀକ୍ଷା କରାଯାଉଛି । ଯାହାକୁ ମିଶାଇ 5 ଜୁଲାଇ ରବିବାର ସୁଦ୍ଧା 1 କୋଟି ପାର କରିଛି କୋରୋନା ନମୁନା ପରୀକ୍ଷା କରାଯାଇଛି । ଏପରି କରିବା କ୍ଷେତ୍ରରେ ଭାରତ 5ମ ଦେଶ ହୋଇଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)।