ଓଡିଶା

odisha

ETV Bharat / bharat

ଦେଶରେ ଅକ୍ଟୋବର 31 ସୁଦ୍ଧା ସରିଛି 10,98,87,303 ଟି କୋରୋନା ଟେଷ୍ଟ: ICMR

ଦେଶର ବିଭିନ୍ନ ସ୍ଥାନରେ ଥିବା ପଞ୍ଜିକୃତ ଓ ଅଣପଞ୍ଜିକୃତ ଟେଷ୍ଟିଂ ଲ୍ୟାବରେ ଜାରି ରହିଛି କୋରୋନା ଟେଷ୍ଟ । ଯେଉଁଠି ପ୍ରତ୍ୟେକ ଦିନ 10 ଲକ୍ଷରୁ ଉର୍ଦ୍ଧ୍ବ ଟେଷ୍ଟ କରାଯାଉଛି । ଅଧିକ ପଢନ୍ତୁ...

By

Published : Nov 1, 2020, 12:00 PM IST

ଦେଶରେ ଅକ୍ଟୋବର 31 ସୁଦ୍ଧା ସରିଛି 10,98,87,303 ଟି କୋରୋନା ଟେଷ୍ଟ: ICMR
ଦେଶରେ ଅକ୍ଟୋବର 31 ସୁଦ୍ଧା ସରିଛି 10,98,87,303 ଟି କୋରୋନା ଟେଷ୍ଟ: ICMR

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ପ୍ରତିଦିନ ଜାରି ରହିଛି କୋରୋନା ସାମ୍ପଲ ଟେଷ୍ଟ । ଯାହା ଏବେ 10 କୋଟି ପାର କରିଛି । ସ୍ବାସ୍ଥ୍ୟ ବିଭାଗର ଲକ୍ଷ୍ୟ ହେଉଛି ସଂକ୍ରମଣ ବ୍ୟାପିବାକୁ କମ କରିବା ।

ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 10 ଲକ୍ଷ 91 ହଜାର 239ଟି ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଅକ୍ଟୋବର 31 ସୁଦ୍ଧା ଦେଶରେ ମୋଟ 10 କୋଟି 98 ଲକ୍ଷ 87 ହଜାର 303 ଟି ଟେଷ୍ଟ ସରିଛି ।

ତେବେ ବର୍ତ୍ତମାନ ଦେଶରେ ମୋଟ 81 ଲକ୍ଷ 84 ହଜାର 083 ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି । ଯେଉଁଥିରେ 1 ଲକ୍ଷ 22 ହଜାର 111ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details