ହାଇଦ୍ରାବାଦ: ଆଉ ଅଳ୍ପ ଦିନ ପରେ ସରିବ ଲକଡାଉନ । କିନ୍ତୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ । ଅଧିକାଂଶ ରାଜ୍ୟରେ ଏହି ସଂଖ୍ୟା ବିପୁଳ ପରିମାଣରେ ବୃଦ୍ଧି ପାଇଛି ।
ଗୁରୁବାର ତେଲେଙ୍ଗାନାରେ 18ଟି ନୂଆ ମାମଲା ସାମନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 471 ଛୁଇଁଛି । ଏଥିରୁ ଅଧିକାଂଶ ତବଲିଗୀ ଫେରନ୍ତା ଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେନ୍ଦ୍ର ସୂଚନା ଦେଇଛନ୍ତି ।