ଦେଶର କୋରୋନା ପଜିଟିଭ ସଂଖ୍ୟା 56342, ମୃତ୍ୟୁ ସଂଖ୍ୟା 1886କୁ ବୃଦ୍ଧି - corona live page
09:36 May 08
ଦେଶର କୋରୋନା ପଜିଟିଭ ସଂଖ୍ୟା 56342, ମୃତ୍ୟୁ ସଂଖ୍ୟା 1886କୁ ବୃଦ୍ଧି
ନୂଆଦିଲ୍ଲୀ:ଦେଶର ମୋଟ ପଜିଟିଭ ସଂଖ୍ୟା 56342କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1886ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 37916ଜଣ ଚିକିତ୍ସିତ ହେଉଥିବା ବେଳେ 16539 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 17974ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗୁଜୁରାଟରେ 7012, ଦିଲ୍ଲୀରେ 5980, ତାମିଲନାଡୁରେ 5409, ରାଜସ୍ଥାନରେ 3427, ଉତ୍ତରପ୍ରଦେଶରେ 3071, ଆନ୍ଧ୍ରପ୍ରଦେଶରେ 1847, ତେଲେଙ୍ଗାନା 1123, କର୍ଣ୍ଣାଟକରେ 705 ଓ କେରଳରେ 503 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 694 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 425, ମଧ୍ୟପ୍ରଦେଶରେ 193, ଦିଲ୍ଲୀରେ 66, ଆନ୍ଧ୍ରପ୍ରଦେଶରେ 38, ତାମିଲନାଡୁରେ 37, କର୍ଣ୍ଣାଟକରେ 30 ଓ ତେଲେଙ୍ଗାନାରେ 29 ଜଣଙ୍କ ମୃତ୍ୟୁ ହୋଇଛି ।