24 ଘଣ୍ଟା ମଧ୍ୟରେ 2553 ନୂଆ କୋରୋନା ପଜିଟିଭ, 72 ମୃତ୍ୟୁ ରେକର୍ଡ
08:59 May 04
24 ଘଣ୍ଟା ମଧ୍ୟରେ 2553 ନୂଆ କୋରୋନା ପଜିଟିଭ, 72 ମୃତ୍ୟୁ ରେକର୍ଡ
ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ 2553ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ 72ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 42533କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1373ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 29453 ଜଣ ଚିକିତ୍ସିତ ହେଉଥିବା ବେଳେ 11707 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 12974 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗୁଜୁରାଟରେ 5428, ଦିଲ୍ଲୀରେ 4549, ରାଜସ୍ଥାନରେ 2886, ଉତ୍ତରପ୍ରଦେଶରେ 2645, ତାମିଲନାଡୁରେ 3023, ଆନ୍ଧ୍ରପ୍ରଦେଶରେ 1583, ତେଲେଙ୍ଗାନା 1082, କର୍ଣ୍ଣାଟକରେ 614 ଓ କେରଳରେ 500 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 548 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 290, ମଧ୍ୟପ୍ରଦେଶରେ 156, ଦିଲ୍ଲୀରେ 64, ତେଲେଙ୍ଗାନାରେ 29, ତାମିଲନାଡୁରେ 30, କର୍ଣ୍ଣାଟକରେ 25 ଓ ଆନ୍ଧ୍ରପ୍ରଦେଶରେ 33 ଜଣଙ୍କର ମୃତ୍ୟୁ ହୋଇଛି ।