ମୁମ୍ବାଇ: ମହାରାଷ୍ଟ୍ରରେ ବର୍ତ୍ତମାନ ସ୍ଥିତି ସଙ୍କଟଜନକ ହୋଇଛି । ପ୍ରତିଦିନ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମଙ୍ଗଳବାର ଗୋଟିଏ ଦିନରେ 18 ଜଣଙ୍କ ମୃତ୍ୟୁ ହୋଇଛି ।
ଫଳରେ ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା 178 ଛୁଇଁଛି । ମୁମ୍ବାଇରେ ସ୍ଥିତି ଅଧିକ ଖରାପ ହୋଇଛି । ଏଠାରେ ହିଁ ସର୍ବାଧିକ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବାହାରିଛି । ସେହିପରି ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 350 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି ।