ନୂଆଦିଲ୍ଲୀ: ଦେଶରେ 24 ଘଣ୍ଟାରେ 11ହଜାର 5ଶହ 2 କୋରୋନା ପଜିଟିଭ ଓ 325 ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 32ହଜାର 4ଶହ 24କୁ ବୃଦ୍ଧିପାଇଛି । ଅନ୍ୟ ପକ୍ଷରେ ମୃତ୍ୟୁ ସଂଖ୍ୟା 9520ରେ ପହଞ୍ଚିଛି । ମୋଟ 1ଲକ୍ଷ 69 ହଜାର 7ଶହ 98 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 53 ହଜାର 1ଶହ 6 ରହିଛି । ଏନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 53030 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5742, ଦିଲ୍ଲୀରେ 24032, ତାମିଲନାଡୁରେ 19679, ରାଜସ୍ଥାନରେ 2836, ମଧ୍ୟପ୍ରଦେଶରେ 2666, ଉତ୍ତରପ୍ରଦେଶରେ 4948, ଆନ୍ଧ୍ରପ୍ରଦେଶରେ 2765, ତେଲେଙ୍ଗାନା 2412, କର୍ଣ୍ଣାଟକରେ 2959, କେରଳରେ 1340 ଓ ଓଡିଶାରେ 1190 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3950 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1477, ମଧ୍ୟପ୍ରଦେଶରେ 459, ଦିଲ୍ଲୀରେ 1327, ଆନ୍ଧ୍ରପ୍ରଦେଶରେ 84, ତାମିଲନାଡୁରେ 435, କର୍ଣ୍ଣାଟକରେ 86 ଓ ତେଲେଙ୍ଗାନାରେ 185 ଜଣଙ୍କ ମୃତ୍ୟୁ ହୋଇଛି ।