ଜୟପୁର: ରାଜସ୍ଥାନରେ ନୂଆ 40ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 383 ଛୁଇଁଛି । ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମଙ୍ଗଳବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 343 ଥିଲା । ଜୟପୁରରେ ଅଧିକ ଆକ୍ରାନ୍ତ ବାହାରିଥିବା ଜଣାପଡିଛି । ବୁଧବାର 40ଟି ମାମଲା ସହ ଏହି ସଂଖ୍ୟା 383 ପହଞ୍ଚିଛି ।