ଓଡିଶା

odisha

ETV Bharat / bharat

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

By

Published : Jul 16, 2020, 11:04 AM IST

1.24 ଘଣ୍ଟାରେ ଦେଶରେ ସର୍ବାଧିକ 32,695 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶରେ ସର୍ବାଧିକ 32 ହଜାର 695 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 606 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି..

2.ରାଜ୍ୟରେ ବେକାବୁ କୋରୋନା, 15 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ବେକାବୁ କୋରୋନା । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା..

3.ରାଜ୍ୟରେ ପ୍ରଥମ କୋରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା ଥେରାପି

ରାଜ୍ୟରେ ଦ୍ରୁତଗତିରେ ବଢୁଛି କୋରୋନା ସଂକ୍ରମଣ । ଆଜି କଟକର ଅଶ୍ବିନୀ ହସ୍ପିଟାଲରେ ପ୍ରଥମ କୋରୋନା ରୋଗୀଙ୍କୁ ଦିଆଯାଇଛି ପ୍ଲାଜମା ଥେରାପି ଚିକିତ୍ସା..

4.ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ, 68 ଛୁଇଁଲା ମୃତ୍ୟୁ ସଂଖ୍ୟା

ଆସାମରେ ସଙ୍ଗୀନ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ବନ୍ୟା ଫଳରେ ମୃତ୍ୟୁ ସଂଖ୍ୟା 68କୁ ବୃଦ୍ଧି ପାଇଛି..

5.ପୁଣି କୋଭିଡ ସେଣ୍ଟରରେ ପରିମଳ ଅବ୍ୟବସ୍ଥା

ବ୍ରହ୍ମପୁର ସହରର ଶୀତଳାପଲ୍ଲୀ ଠାରେ ରହିଥିବା କୋଭିଡ୍ କେୟାର ସେଣ୍ଟରରେ ଅବ୍ୟବସ୍ଥା..

6.ବିଲ ହୁଡାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ପୁଣି ଅଲୋଡା ଶିଶୁକନ୍ୟା । ବାଘମାରି ସ୍ଥିତ ହଟକେଶ୍ବର ମହିଳା ମହାବିଦ୍ୟାଳୟ ପଛପଟ ବିଲ ହୁଡ଼ାରୁ ବୁଧବାର ଏକ ନବଜାତ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଛନ୍ତି ଜଣେ ସ୍ଥାନୀୟ ମହିଳା..

7. ଥରିଲା ଦେଶ, ତିନି ସ୍ଥାନରେ ଭୂମିକମ୍ପ

ସକାଳୁ ସକାଳୁ ଆଜି ଦେଶର ତିନି ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । 4 ଘଣ୍ଟା ଭିତରେ ଦେଶର ତିନି ରାଜ୍ୟରେ ଭୂମିକମ୍ପର ଝଟକା ଦେଖିବାକୁ ମିଳିଛି ।

8. ବଡ ସାଇବର ଆଟାକ, ଏହି ହାଇପ୍ରୋଫାଇଲ ବ୍ୟକ୍ତିଙ୍କର ଟ୍ବିଟର ହେଲା ହ୍ୟାକ୍‌

ଆମେରିକାରେ ଅନେକ ବଡବଡ କମ୍ପାନୀ ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ ନେଇ ସୂଚନା । କ୍ରିପ୍ଟୋକରେନ୍ସି କାରବାରରେ ଘୋଟାଲା କରିବାକୁ ହ୍ୟାକରମାନେ ଏହି ଆକାଉଣ୍ଟ ଗୁଡିକୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି..

9. ରାଜସ୍ଥାନ ରାଜନୀତି ରଣ: ଆଜି ଜୟପୁରରେ ଉଭୟ ବିଜେପି ଓ କଂଗ୍ରେସର ବୈଠକ

ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗେହଲଟ୍‌ ଓ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା କନ୍ଦଳ ମଧ୍ୟରେ ଆଜି ଜୟପୁରରେ ଉଭୟ କଂଗ୍ରେସ ଓ ବିଜେପି ଦଳର ବୈଠକ ବସୁଛି..

10. ଦିଲ୍ଲୀର ଶାହବାଦରେ ବଡ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ବସ୍ତି

ନୂଆଦିଲ୍ଲୀର ଶାହବାଦ ଅଞ୍ଚଳରେ ବଡ ଧରଣର ଅଗ୍ନିକାଣ୍ଡ ନେଇ ସୂଚନା । ନିଆଁକୁ ଆୟତ୍ତ ପାଇଁ ଘଟଣାସ୍ଥଳରେ 12ରୁ ଊର୍ଦ୍ଧ୍ବ ଦମକଳ ଗାଡି ଉପସ୍ଥିତ । ଅଧିକ ପଢନ୍ତୁ...

ABOUT THE AUTHOR

...view details