ଓଡିଶା

odisha

By

Published : Dec 27, 2020, 9:06 AM IST

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର, ଦର୍ଶନ କରୁଛନ୍ତି ସେବାୟତ ପରିବାର

ଦୀର୍ଘ 9 ମାସର ପ୍ରତୀକ୍ଷା ପରେ ଆଜି ବାବା ଲିଙ୍ଗରାଜଙ୍କ ଦର୍ଶନ ମିଳିଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅଦୃଶ୍ୟ କୋରୋନା ପାଚେରୀ ହଟିବା ପରେ ଚଳଚଞ୍ଚଳ ହୋଇଉଠିିିଛି ଏକାମ୍ର କ୍ଷେତ୍ର ।

2.ସୋପିଆନରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିପାତ

ଶନିବାର ଜାମ୍ମୁ-କାଶ୍ମୀରର ସୋପିଆନର କନିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କୀ ନିପାତ ।

3.ଆଜି ’ମନ କି ବାତ୍’‌ରେ 2020ର ଅନୁଭୂତି ବଖାଣିିବେ ପ୍ରଧାନମନ୍ତ୍ରୀ

ବିଦାୟ ନେବ 2020 । ସମଗ୍ର ମାନବଜାତି ପାଇଁ 2020 ଏକ ଅଲିଭା ସ୍ମୃତି ସୃଷ୍ଟି କରିଥିବାବେଳେ, ଆଜି ମନ କି ବାତର ଖଟ୍ଟାମିଠା ଅନୁଭୂତି କହିଲେ ପ୍ରଧାନମନ୍ତ୍ରୀ ।

4.ସ୍ପଷ୍ଟ ଦିବାଲୋକରେ ବୃଦ୍ଧାଙ୍କ ଠାରୁ ସୁନା ଲୁଟ;ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବଇଞ୍ଚ ବଣିଆସ୍ଥିତ ଶ୍ୟାମାଳାଇ ନଗର ଅଞ୍ଚଳରେ ବୃଦ୍ଧାଙ୍କ ଠାରୁ ସୁନା ଝାମ୍ପି ନେଲେ ଲୁଟେରା । ସୁନା ଲୁଟ ବେଳେ ସିସିଟିଭିରେ କଏଦ ହେଲା ଦୃଶ୍ୟ

5.ମହିଳା ବିମାନଯାତ୍ରୀଙ୍କ ଠାରୁ ଜବତ ହେଲା 2 କେଜି ସୁନା

ବିମାନବନ୍ଦରରେ ମହିଳା ଯାତ୍ରୀଙ୍କ ଠାରୁ 2କେଜି 21 ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ ।

6.ପଣ୍ଡ ହେଲା ବସରେ ଗଞ୍ଜେଇ ଚାଲାଣ,ଦୁଇ ଅଟକ

ଡଲଫିନ ନାମକ ଏକ ଘରୋଇ ବସରୁ 35କିଲୋ ଚୋରା ଗଞ୍ଜେଇ ଜବତ କରିଛି କରଞ୍ଜିଆ ପୋଲିସ । ଡ୍ରାଇଭର ସହ ହେଲପର ଅଟକ ।

7.ଛାତ୍ରଛାତ୍ରୀ ଇଟା ବୁହା ଘଟଣା: ଘଟଣାକୁ ଚପାଉଛି ବିଭାଗ !

ଛାତ୍ରଛାତ୍ରୀଙ୍କୁ ଇଟା ବୁହା ଘଟଣା ଚପାଇ ଦେବାକୁ ଉଦ୍ୟମ। ଶିକ୍ଷା ବିଭାଗ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ପଦକ୍ଷେପ ନେବା ପରିବର୍ତ୍ତେ ଘଟଣାକୁ ଚପାଇ ଦେବାକୁ ହେଉଛି ପ୍ରୟାସ ।

8.ନାମ ଫଳକରେ ଅଟକିଛି ପାର୍କ ନିର୍ମାଣ କାର୍ଯ୍ୟ

ଦୀର୍ଘ ବର୍ଷ ହେବ ଶିଳାନ୍ୟାସ ହେବା ପରେ ବି ଆରମ୍ଭ ହୋଇପାରୁନାହିଁ ବଲାଙ୍ଗୀରର ଜଗର୍ସ ପାର୍କ । ଶୀଘ୍ର ପାର୍କ କାମ ଆରମ୍ଭ କରିବାକୁ ଦାବି କରିଛନ୍ତି ସହରର ବରିଷ୍ଠ ନାଗରିକ ।

9.ବକ୍ସିଂ ଡେ ଟେଷ୍ଟ: ଭାରତୀୟ ବୋଲରଙ୍କ ସାମ୍ନାରେ ଅଷ୍ଟ୍ରେଲିଆର ଆତ୍ମସମର୍ପଣ

ଅଷ୍ଟ୍ରେଲିଆର ପ୍ରଥମ ଇଂନିସ 195ରେ ଶେଷ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓପନର ମୟଙ୍କ ଅଗ୍ରୱାଲଙ୍କ ୱିକେଟ ହରାଇ 36 ରନ ସଂଗ୍ରହ କରିଛି ଭାରତ ।

10.55 ବର୍ଷରେ ବି ଫିଟ୍ ଆଣ୍ଡ ହ୍ୟାଣ୍ଡସମ୍ ସଲମାନ

ବଲିଉଡ ଇଣ୍ତଷ୍ଟ୍ରୀର ଭାଇଜାନ ସଲ୍ଲୁ...ଆପଣମାନେ ବୁଝିପାରୁଥିବେ ଆମେ କାହା ବିଷୟରେ କହୁଛୁ ।

ABOUT THE AUTHOR

...view details