ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jan 3, 2021, 9:01 PM IST

1-ଲୋକ ଲଜ୍ଜା ସହି ନପାରି ନବଦମ୍ପତିଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡଖଡକା ଗାଁରେ ଏଭଳି ଅଭାବନୀୟ ଘଟଣା । ଲୋକ ଲଜ୍ଜା ସହି ନପାରି ନବଦମ୍ପତିଙ୍କ ଆତ୍ମହତ୍ୟା ।

2-ରାଜଧାନୀରେ ଲୁଟୁଥିଲେ ଝାଡଖଣ୍ଡି ଗ୍ୟାଙ୍ଗ, ଭଡାଘରୁ ମିଳିଲା ୧୦୩ ସ୍ମାର୍ଟଫୋନ

ରାଜଧାନୀରେ ଲୁଟଥିଲେ ଝାଡଖଣ୍ଡି ଗ୍ୟାଙ୍ଗ । ଭଡାଘରୁ ମିଳିଲା ୧୦୩ ସ୍ମାର୍ଟଫୋନ ।

3-କାଶୀନଗର କାଜୁ ବ୍ୟବସାୟୀ ପୁଅ ଅପହରଣ ମାମଲା, 7 ଗିରଫ

ଗଜପତି କାଶୀନଗର ଅଞ୍ଚଳରୁ 7 ବର୍ଷର ବାଳକ ଅପହରଣ ଘଟଣାର ପର୍ଦ୍ଦାଫାସ । ଟଙ୍କା ପାଇଁ ଅପହରଣ ହୋଇଥିବା ପୋଲିସର ସୂଚନା ।

4-ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନକୁ ବିରୋଧ

ତୈଳ ବିଶୋଧନାଗାର କତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରୁ ଓହରି ଯାଇ ଗ୍ରାମରେ ଥିବା ଗୋଚର ଜମି ଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟ ହେଉଥିବାରୁ ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

5-ରାଜନୈତିକ ଆକ୍ରୋଶ ସୀମା ଲଙ୍ଘିଲା ବିଜେଡି: କଟକ ଜିଲ୍ଲା ବିଜେପି

ରାଜନୈତିକ ଆକ୍ରୋଶର ସୀମା ଲଙ୍ଘିଛି ବିଜୁ ଜନତା ଦଳ । ବାକ ଯୁଦ୍ଧ ପରେ ହତ୍ୟା କରିବାକୁ ମଧ୍ୟ ପଛାଉନାହିଁ ବିଜୁ ଜନତା ଦଳ । ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ କଟକ ଜିଲ୍ଲା ବିଜେପି ଏହାକୁ ଦୃଢ ଭାବରେ ବିରୋଧ କରିଛନ୍ତି ।

6-37 ଦିନରେ କୃଷକ ଆନ୍ଦୋଳନ, କହିଲେ ‘କୃଷି ଆଇନ ରଦ୍ଦ ହେଲେ ଉଠିବୁ’

37ତମ ଦିନରେ ପହଞ୍ଚିଲା କୃଷକ ଆନ୍ଦୋଳନ । ଯେ ପର୍ଯ୍ୟନ୍ତ କୃଷି ରଦ୍ଦ କରାଯାଇନାହିଁ ସେ ପର୍ଯ୍ୟନ୍ତ ଆମେ ପଡିରହିଥିବୁ ବୋଲି ଚାଷୀ କହିଛନ୍ତି ।

7-ସୋମବାର ଏନଆଇଏ କୋର୍ଟରେ ହାଜର ହେବେ ସାଧ୍ବୀ ପ୍ରଜ୍ଞା

ମହାରାଷ୍ଟ୍ରର ମାଲେଗାଁ ବୋମା ବିସ୍ଫୋରଣ ମାମଲାରେ ଭୋପାଲ ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଜାନୁୟାରୀ 4 ତାରିଖ ମୁମ୍ବାଇର ଏନଆଇଏ କୋର୍ଟରେ ହାଜର ହେବ । ଏଥିପାଇଁ ସେ ଭୋପାଲରୁ ମୁମ୍ବାଇ ବାହାରିଛନ୍ତି ।

8-କୃଷି ବିଲ ବିରୋଧରେ ଆନ୍ଦୋଳନ ସମ୍ବିଧାନକୁ ଧମକ ସଦୃଶ: ରାମଦାସ ଅଠାୱଲେ

ନୂତନ କୃଷି ବିଲ ବିରୋଧରେ ଆନ୍ଦୋଳନ କରିବା ସମ୍ବିଧାନକୁ ଧମକ ଦେବା ସଦୃଶ। ଏଭଳି ଆନ୍ଦୋଳନରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି କହିଛନ୍ତ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ।

9-ISL: ଇଷ୍ଟ ବେଙ୍ଗଲଠୁ ହାରିଲା ଓଡିଶାର ଏଫସି

ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଓଡିଶା ଏଫସିର ଆଉ ଏକ ପରାଜୟ ।

10-'ବଧାଇ ଦୋ' ସେଟ୍ ରୁ ଫଟୋ-ଭିଡିଓ ସେୟାର କଲେ ଭୂମି

ବର୍ତ୍ତମାନ ରାଜକୁମାରଙ୍କ ସହ ଭୂମି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଧାଇ ଦୋ'ର ସୁଟିଂ ପାଇଁ ଡେରାଡୁନରେ ଅଛନ୍ତି । ଯାହାକୁ ନେଇ ଭୂମି ଫିଲ୍ମ ସେଟ୍ ରୁ କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି ।

ABOUT THE AUTHOR

...view details