ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 7, 2020, 8:57 PM IST

Updated : Oct 7, 2020, 9:19 PM IST

1.ପେଟ୍ରୋଲ ପମ୍ପରେ ନିଆଁ: ରାଜଭବନରୁ ଗୋପବନ୍ଧୁ ଛକ 'No Plying Zone' ଘୋଷଣା

ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା । ‘ନୋ ପ୍ଲେଇଂ ଜୋନ’ ଘୋଷଣା କରିଛନ୍ତି ଭୁବନେଶ୍ବର-କଟକ ଡିସିପି ଟ୍ରାଫିକ ।

2. ସୋର ଷ୍ଟେସନ ରେଳ ଦୁର୍ଘଟଣାରେ ଦୁଇ ଅଧିକାରୀ ନିଲମ୍ବିତ

ସୋର ରେଳଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ଓ ଫୁଟ ଓଭର ବ୍ରିଜ ଭାଙ୍ଗିବା ଘଟଣାରେ ଷ୍ଟେସନ ମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ ।

3. ଭଦ୍ରକରୁ ବିରଳ ମାଛ ଉଦ୍ଧାର

ଚାନ୍ଦବାଲି ଅଞ୍ଚଳରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର। ସୂଚନା ଅନୁଯାୟୀ ଚାନ୍ଦବାଲିର ଜଣେ ଧୀବର ସମୁଦ୍ରରୁ ଏହି ବିରଳ ପ୍ରଜାତିର ମାଛ ଧରିଛନ୍ତି ।

4. 24 ନକଲି ବିଶ୍ବବିଦ୍ୟାଳୟ ଲିଷ୍ଟ ଜାରି କଲା UGC, ଓଡିଶାର 2 ୟୁନିଭର୍ସିଟି ସାମିଲ

ୟୁଜିସି ପକ୍ଷରୁ 24ଟି ନକଲି ବିଶ୍ବବିଦ୍ୟାଳୟର ତାଲିକା ଜାରି କରାଯାଇଛି । ଏଥିମଧ୍ୟରୁ ଓଡିଶାର 2ଟି ବିଶ୍ବବିଦ୍ୟାଳୟ ସାମିଲ ଅଛି ।

5. ପେଟ୍ରୋଲ ପମ୍ପ ନାଁରେ ଅପରାଧିକ ମାମଲା ରୁଜୁ କରିବ ପୋଲିସ

ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିବା ପରେ ପୋଲିସ କମିଶନର ଦେଲେ ସବିଶେଷ ସୂଚନା । ସେପଟେ ପୋଲିସ ନିଜ ଆଡୁ ମାମାଲା ରୁଜୁ କରିବ ବୋଲି କହିଛନ୍ତି କମିଶନର ।

6. ପୁରୀ ଆସିଲେ, ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅପରାଜିତା

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦାୟିତ୍ୱ ମିଳିବା ପରେ ସେ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

7. ଅଟଳ ଟନେଲ ମଧ୍ୟରେ ଫଟୋ ଓ ଭିଡିଓ ଉତ୍ତୋଳନ ବ୍ୟାନ

ଅଟଲ ଟନେଲର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି । ଟନେଲ ମଧ୍ୟରେ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କଲେ ନିଆଯିବ କଠୋର କାର୍ଯାନୁଷ୍ଠାନ ।

8. ବିହାର ନିର୍ବାଚନ: 115 ଆସନରେ ପ୍ରାର୍ଥୀ ତାଲିକା ଜାରି କଲା JDU

ଜେଡିୟୁ ରାଜ୍ୟ ସଭାପତି ବାଶିଷ୍ଠ ନାରାୟଣ ସିଂ ବୁଧବାର ପାଟନାରେ ସମସ୍ତ 115 ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି।

9. ପୂର୍ଣ୍ଣିଆ ହତ୍ୟାକାଣ୍ଡ: ନିଜ ବିରୋଧରେ CBI ଯାଞ୍ଚ କରାଇବାକୁ ତେଜସ୍ବୀଙ୍କ ଚ୍ୟାଲେଞ୍ଜ

ପୂର୍ଣ୍ଣିଆ ହତ୍ୟାକାଣ୍ଡକୁ ନେଇ ଜୋର ଧରିଛି ରାଜନୀତି । ଆରଜେଡି ନେତା ଶକ୍ତି ମଲିକଙ୍କ ହତ୍ୟା ମାମଲାରେ ତେଜସ୍ବୀ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଚିଠି ଲେଖି ଏହି ମାମଲାରେ ନିଜ ବିରୋଧରେ ସିବିଆଇ ଯାଞ୍ଚ କରାଇବାକୁ ଚ୍ୟାଲେଞ୍ଜ କରିଛନ୍ତି ।

10. CSK vs KKR: ଆଜି ପୁଣି ଥରେ ଟସ ହାରିଲେ ଧୋନି, ପ୍ରଥମେ ବୋଲିଂ କରିବ ଚେନ୍ନାଇ

ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ । ସେପଟେ ଚଳିତ ସିଜିନରେ 2ୟ ଥର ପାଇଁ ଟସ ହାରିଛନ୍ତି ଚେନ୍ନାଇ ଥାଲ୍ଲା ଏମଏସ ଧୋନି ।

Last Updated : Oct 7, 2020, 9:19 PM IST

ABOUT THE AUTHOR

...view details