ଓଡିଶା

odisha

ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର - ବର୍ତ୍ତମାନର ଗୁରୁତ୍ବପୁର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର

By

Published : Sep 23, 2020, 8:57 PM IST

1. ମହାମାରୀ କୋରୋନା ପଞ୍ଝାରୁ ମୁକ୍ତ ହେଲେ ଆଉ 4052

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 4052 ଆକ୍ରାନ୍ତ । ବୁଧବାର ମହାମାରୀ କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 4052 ରୋଗୀ ।

2. ଶ୍ରୀମନ୍ଦିର ମୁଖ୍ୟ ତିନି ଦ୍ୱାରରେ ଲାଗିବ ରୂପା କବାଟ, ଅନୁଧ୍ୟାନ କଲା ବିଶେଷଜ୍ଞ ଟିମ

ଶ୍ରୀମନ୍ଦିର ମୁଖ୍ୟ ତିନି ଦ୍ୱାରରେ ରୂପା କବାଟ ଲାଗିବା ନେଇ ସ୍ଥିତି ଅନୁଧ୍ୟାନ କଲା ବିଶେଷଜ୍ଞ ଟିମ । ରୂପା ଛାଉଣୀ ହେବ ଶ୍ରୀମନ୍ଦିରର କଳାହାଟ, ଜୟବିଜୟ ଓ ବେହରଣ ଦ୍ବାର । ଆଜି ଏ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି ୩ ଜଣିଆ ବିଶେଷଜ୍ଞ ଦଳ ।

3. ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କଲେ କୃଷିମନ୍ତ୍ରୀ ତୋମାର

ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଭାବରେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି କୃଷି ଓ କୃଷକ କଲ୍ୟାଣମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

4. କୃଷି ବିଲ୍‌କୁ ବିରୋଧ: ରାଷ୍ଟ୍ରପତିଙ୍କୁ ଭେଟିଲେ ଗୁଲାମନବୀ

ବୁଧବାର କୃଷି ବିଧେୟକ ଓ 8 ସାଂସଦଙ୍କ ନିଲମ୍ବନକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କଂଗ୍ରେସ ସାଂସଦ । ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ବରେ କଂଗ୍ରେସର ସାଂସଦମାନେ ବୁଧବାର ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ।

5. କୃଷି ବିଲ ନେଇ ଚାଷୀ ଅସନ୍ତୋଷ, ଆନ୍ଦୋଳନରେ ସାମିଲ ହେବେ ପଶ୍ଚିମ ଓଡ଼ିଶା ଚାଷୀ

କେନ୍ଦ୍ର ସରକାରଙ୍କ ଦ୍ବାରା ପାସ ହୋଇଥିବା କୃଷି ବିଲକୁ ନେଇ ତୀବ୍ର ହୋଇଛି ବିରୋଧ। ଚାଷୀ ବିରୋଧି ବିଲ କହି ବିରୋଧ କରିଛନ୍ତି କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ । ସେପଟେ ଏହି ବିଲକୁ ନେଇ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

6. କୃଷି ବିଲ ବିରୋଧରେ ମାସେ ଆନ୍ଦୋଳନ କରିବ କଂଗ୍ରେସ

ସଂସଦରେ ଅଗଣତାନ୍ତ୍ରିକ ଉପାୟରେ କେନ୍ଦ୍ରର ବିଜେପି ସରକାର ପାରିତ କରିଥିବା ତିନୋଟି କୃଷି ବିଧେୟକକୁ ନେଇ ସାରା ଭାରତରେ କୃଷକ ମାନଙ୍କର ପ୍ରତିବାଦ ଓ ଆନ୍ଦୋଳନ ତୀବ୍ର ହେବାର ଲାଗିଛି । କୃଷକ ଓ ଭାଗଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ସାରା ଭାରତରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାକୁ ନିଷ୍ପତି ନିଆଯାଇଛି ।

7. ଗତି ବଦଳେଇଲା ଇନ୍ଦ୍ରାବତୀ, ଦୁଃଖରେ ନଦୀ କୂଳିଆ

ଅଭିଶପ୍ତ ମଣିଷଙ୍କ ଅସରନ୍ତି ଦୁଃଖ । ଭୟଭୀତ ଅବସ୍ଥାରେ ଜିଉଁଛନ୍ତି ଜୀବନ। ନଦୀ କୂଳିଆଙ୍କୁ ଡରେଇ ମାରୁଛି ନଦୀ। ଆଉ ବର୍ଷା ଆସିଲେ ଏଠାକାର ଲୋକଙ୍କ ରାତିର ନିଦ ହଜିଯାଉଛି ଓ ପେଟର ଭୋକ ମରିଯାଉଛି। କାରଣ ଏବେ ଗତିପଥ ବଦଳାଉଛି ଇନ୍ଦ୍ରାବତୀ ।

8. ସୁବର୍ଣ୍ଣପୁର-ବଲାଙ୍ଗୀରକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ ସଂସଦରେ ସଙ୍ଗୀତାଙ୍କ ଦାବି

ପଶ୍ଚିମ ଓଡିଶାର ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ସିଂହଦେଓ ।

9. ଡ୍ରଗ୍ସ ଲିଙ୍କ୍‌: 4 ହାଇପ୍ରୋଫାଇଲ ବଲିଉଡ ଅଭିନେତ୍ରୀଙ୍କୁ ସମନ ଜାରି କଲା NCB

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ଯାଞ୍ଚକୁ ଜୋରଦାର କରିଛି ଏନସିବି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ଓ ଶ୍ରଦ୍ଧା କପୁରଙ୍କୁ ସମନ ଜାରି ।

10. KKR vs MI: ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା କୋଲକାତା

ଟସ ଜିତି ପ୍ରଥମେ ବୋଲି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ ।

ABOUT THE AUTHOR

...view details