ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର

ନଜର ପକାନ୍ତୁ NEWS@9PMର ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର

By

Published : Aug 27, 2020, 9:13 PM IST

1.ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତାପ ଷଡଙ୍ଗୀଙ୍କ ଚିଠି

ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

2.ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ: 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ୱେଲ ମାର୍କ ଲୋ ପ୍ରେସର ଏବେ ଦକ୍ଷିଣ ପଶ୍ଚିମ ଝାଡଖଣ୍ଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଆଡକୁ ମୁହାଁଉଛି। ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ୱେଲ ମାର୍କ ଲୋ ପ୍ରେସର ରହିଛି।

3.ଲୋକସେବା ଭବନ ଗେଟ ନିକଟ ଗଛରେ ବସିରହିଲେ ଯୁବକ, ଉଦ୍ଧାର କଲେ ସୁରକ୍ଷାକର୍ମୀ

ସଚିବାଳୟ ବା ଲୋକସେବା ଭବନ ସମ୍ମୁଖରେ ଥିବା ଏକ ଗଛ ଉପରେ ଜଣେ ମାନସିକ ବିକୃତ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହିଥିଲେ । ଯାହା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

4.ହୋମ କ୍ଵାରେଣ୍ଟାଇନ ଅପେକ୍ଷା ବଢୁଛି ସ୍ଥାନୀୟ ସଂକ୍ରମଣ ମାମଲା, ଆଜି ସର୍ବାଧିକ 386 ପଜିଟିଭ

ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ଆଜି ପୁଣି 386 ଆକ୍ରାନ୍ତ ସର୍ବାଧିକ ରେକର୍ଡ ସୃଷ୍ଟି କରିଛି । ହୋମ କ୍ଵାରେଣ୍ଟାଇନରୁ ସ୍ଥାନୀୟ ସଂକ୍ରମଣ ଅଧିକ ଚିହ୍ନଟ ହୋଇଛନ୍ତି ।

5.'ମସୁଦ ଅଜହରକୁ ଆଶ୍ରୟ ଦେଇଛି ପାକିସ୍ତାନ'

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦାୟିତ୍ବ ଗ୍ରହଣ କରିଥିବା ଜୈଶ-ଏ-ମହମ୍ମଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସେ ଏହି ମାମଲାର ଅଭିଯୁକ୍ତ ମସୁଦ ଅଜହରକୁ ଆଶ୍ରୟ ଦେଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

6.'ଆତ୍ମନିର୍ଭର ଭାରତ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମବିଶ୍ବାସ ଗୁରୁତ୍ବପୂର୍ଣ୍ଣ'

ଗୁରୁବାର ଭିଡିଓ କନ୍‌ଫ୍ରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭରଶୀଳ ଭାରତ ପ୍ରତିରକ୍ଷା ଶିଳ୍ପ ଉପରେ ଏକ ୱେବିନିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

7.ଜାତୀୟ ସୁରକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ବାରା ଲିଖିତ ପୁସ୍ତକ ଉନ୍ମୋଚନ କଲେ ସ୍ଥଳସେନା ମୁଖ୍ୟ

'ଜାତୀୟ ସୁରକ୍ଷା ଆହ୍ବାନ: ଯୁବ ବିଦ୍ବାନଙ୍କ ଦୃଷ୍ଟିକୋଣ' ଶୀର୍ଷକ ପୁସ୍ତକ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେଙ୍କ ଦ୍ବାରା ଉନ୍ମୋଚିତ ହୋଇଛି । ସ୍ନାତକୋତ୍ତର ସ୍ତରଠାରୁ ଆରମ୍ଭ କରି ଡକ୍ଟରେଟ ପର୍ଯ୍ୟନ୍ତ ସମସ୍ତ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟବସ୍ତୁ ଉପରେ ଲେଖିଛନ୍ତି ।

8.25 ବର୍ଷରେ ପାଦ ଥାପିଲା ଆପଣଙ୍କ ପ୍ରିୟ ଚ୍ୟାନେଲ ETV

ରାମୋଜୀ ଗ୍ରୁପ୍‌ର ଅଧିନରେ ଥିବା ଇଟିଭି ନିଜର ଗୌରବମୟ 25 ବର୍ଷ ପୂରଣ କରିଛି । ଏହି ଅବସରରେ ରାମୋଜୀ ଫିଲ୍ମ ସିଟିରେ ଇଟିଭିର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

9.ନୂଆବର୍ଷରେ ଘରକୁ ଆସିବେ ନୂଆ ଅତିଥି, 'ବିରୁଷ୍କା'ଙ୍କୁ କ୍ରିକେଟ ଜଗତର ଶୁଭେଚ୍ଛା

ଟିମ ଇଣ୍ଡିଆ କ୍ୟାପେଟନ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭାରତୀୟ କ୍ରିକେଟ ଜଗତ ।

10.ବାଲସୁବ୍ରମଣ୍ୟମଙ୍କ ଫିଜିଓଥେରାପି ଚିକିତ୍ସା ନେଇ ଜଣାଇଲେ ପୁ୍ଅ ଚରଣ

ବର୍ତ୍ତମାନ ବାଲସୁବ୍ରମଣ୍ୟମଙ୍କ ଫିଜିଓଥେରାପି ଚିକିତ୍ସା ଚାଲିଛି ବୋଲି ପୁଅ ଏସପି ଚରଣ ଗାୟକଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି ।

ABOUT THE AUTHOR

...view details