ଓଡିଶା

odisha

ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 20, 2020, 9:15 PM IST

1.ତୁଷାରକାନ୍ତିଙ୍କୁ ଯୁବ ବିଜେଡି, ଦେବୀପ୍ରସନ୍ନଙ୍କୁ ମିଳିପାରେ ଛାତ୍ର ବିଜେଡ଼ି ଦାୟିତ୍ବ !

ଯୁବ ନେତୃତ୍ବକୁ ଗୁରୁତ୍ୱ ଦେଉଛି ବିଜେଡ଼ି । ପରବର୍ତ୍ତୀ ଯୁବ ବିଜେଡି ସଭାପତି ଓ ଛାତ୍ର ବିଜେଡି ସଭାପତି କିଏ ହେବ ତାକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିବାକୁ ଯାଉଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ଆଗାମୀ ଯୁବ ବିଜେଡିର ମଙ୍ଗୁଆଳ ହେବାକୁ ଯାଉଛନ୍ତି ।

2.ଦାନ୍ତେଓ୍ବାଡାରେ ମାଓବାଦୀଙ୍କ ଆକ୍ରମଣ, 10 ଗ୍ରାମବାସୀ ଆହତ

ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲାରେ ମାଓବାଦୀଙ୍କ ମାଡରେ 5 ଜଣ ମହିଳା ଏବଂ ଶିଶୁଙ୍କ ସମେତ ମୋଟ 10 ଜଣ ଆହତ ହୋଇଥିବା ସୂଚନା ଦେଇଛି ପୋଲିସ ।

3.କେନ୍ଦ୍ରାପଡାରେ କୋରୋନା ସ୍ଥିତି ଦେଖି ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯେଭଳି ନିଷ୍ଠା ଓ ଉତ୍ସର୍ଗୀକୃତ ଭାବରେ ସେବା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ଭଲ କାମ ପାଇଁ ଧନ୍ୟବାଦ ଜଣାଇଥିଲେ।

4.ଲଘୁଚାପ ଜନିତ ବର୍ଷା ଯୋଗୁଁ 5 ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ସାରା ରାଜ୍ୟରେ ମୌସୁମୀ ସକ୍ରିୟ। ୨୩ ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଯାହା ଫଳରେ 5 ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି।

5.ମୃତ୍ୟୁ ପରେ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ, ପିପିଇ କିଟ୍ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ପତ୍ନୀ

କୋରୋନା ପଜିଟିଭ ନଥାଇ ମଧ୍ୟ ମୃତକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଆସିନଥିଲେ ଆତ୍ମୀୟ । ଫଳରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପିପିଇ କିଟ୍ ପିନ୍ଧି ମୃତସ୍ବାମୀଙ୍କୁ ମୁଖାଗ୍ନି ଦେଲେ ପତ୍ନୀ।

6.ରାଜ୍ୟରେ ଗୋଟିଏ ଦିନରେ 1641 ସୁସ୍ଥ, 48 ହଜାର ଟପିଲା ସୁସ୍ଥ ସଂଖ୍ୟା

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 1641 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା 48 ହଜାର ଟପିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

7.ଭୁବନେଶ୍ୱରରେ 319 ନୂଆ ଆକ୍ରାନ୍ତ ଚିହ୍ନଟ, 113 ସୁସ୍ଥ

ଭୁବନେଶ୍ୱରରେ ଆଜି ଗୋଟେ ଦିନରେ 319 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 172 ଚିନ୍ହଟ ହୋଇଛନ୍ତି । ସେଥିମଧ୍ୟରୁ ସ୍ଥାନୀୟ ସଂକ୍ରମଣ 147 ରହିଥିବା ବେଳେ 113 ଜଣ ସୁସ୍ଥ ହୋଇଛନ୍ତି।

8.'ହସ୍ପିଟାଲ୍ ଅଫ ୱାର୍ଲ୍ଡ'ରେ ପରିଣତ ହେବ ଭାରତ

ଭାରତ ଆଗାମୀ ଦିନରେ 'ଫାର୍ମାସି ଅଫ ୱାର୍ଲ୍ଡ' ହେବା ସହିତ 'ହସ୍ପିଟାଲ ଅଫ ୱାର୍ଲ୍ଡ'ରେ ମଧ୍ୟ ପରିଣତ ହେବ ବୋଲି କହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ।

9.ଅର୍ଥନୀତିକୁ ପ୍ରଭାବିତ ନକରି କଠୋର ପଦକ୍ଷେପ ନେଲେ ପଞ୍ଜାବ ସରକାର

ପଞ୍ଜାବରେ କୋରନା ସ୍ଥିତି ଉଦବେଗ ଜନକ । ଏନେଇ ଲକଡାଉନ ନିୟମକୁ ଆହୁରି କଡାକଡି କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ । ପଞ୍ଜାବ ସରକାର ଅଗଷ୍ଟ 31 ପର୍ଯ୍ୟନ୍ତ ରାତ୍ରି ଜନିତ କର୍ଫ୍ୟୁ ଲାଗୁ କରିଛନ୍ତି ।

10.କୁଳଭୂଷଣ ଯାଦବ ମାମଲା: କୂଟନୈତିକ ମାଧ୍ୟମରେ ପାକିସ୍ତାନ ସହ ଯୋଗାଯୋଗରେ ଅଛି ଭାରତ

ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନ କୁଳଭୂଷଣ ଯାଦବ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଗୁରୁବାର ଭାରତ ପକ୍ଷରୁ କୁହାଯାଇଛି।

ABOUT THE AUTHOR

...view details