ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 13, 2020, 9:07 PM IST

1.ରାଜ୍ୟରେ ବଢ଼ିଲା ଓଜେଇଇର ଅତିରିକ୍ତ 6 ପରୀକ୍ଷା କେନ୍ଦ୍ର

ରାଜ୍ୟରେ ଓଜେଇଇ ପରୀକ୍ଷା ପାଇଁ 3ଟି ଅତିରିକ୍ତ ଅନଲାଇନ ପରୀକ୍ଷା କେନ୍ଦ୍ର ସହ ମୋଟ 6ଟି ନୂଆ କେନ୍ଦ୍ର ଯୋଡିଛନ୍ତି ସରକାର ।

2.ସୁରଜ ସମ୍ମାନ: ଅଙ୍ଗଦାନ କରି ପୁରସ୍କୃତ ହେଲେ 3 ମହିଳା

ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 3 ଜଣ ମହିଳାଙ୍କୁ ମରଣୋତ୍ତର 'ସୁରଜ ସମ୍ମାନ'ରେ ସମ୍ମାନିତ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପ୍ରତି ଅଙ୍ଗଦାତା ପରିବାରକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

3.ଭୁବନେଶ୍ୱରରେ ଆଉ 237 ଆକ୍ରାନ୍ତ ଚିହ୍ନଟ, 4 ହଜାର ଟପିଲା ପଜିଟିଭ ସଂଖ୍ୟା

ଭୁବନେଶ୍ୱରରେ ଗୁରୁବାର 237 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଏବେ ସୁଦ୍ଧା 4 ହଜାର ପାର ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା ।

4.କୋରୋନା କାଳରେ ସହଯୋଗର ହାତ ବଢାଇଲା ICICI ବ୍ୟାଙ୍କ, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟବାସୀଙ୍କୁ ସହାୟତାର ହାତ ବଢାଇଛି ଆଇସିଆଇସିଆଇ ବ୍ୟାଙ୍କ । ଏହି ବ୍ୟାଙ୍କ ପକ୍ଷରୁ ସରକାରଙ୍କ ସହ ମିଶି ମାସ୍କ ଓ ସାନିାଇଜ ବଣ୍ଟନ କରାଯାଉଛି । ତେବେ ଏନେଇ ଆଇସିଆଇସିଆଇ ବ୍ୟାଙ୍କକୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5.ଲଘୁଚାପ ପ୍ରଭାବ: ପ୍ରବଳ ବର୍ଷା ନେଇ ସତର୍କ ଘଣ୍ଟି

ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

6.'19 ବିଧାୟକଙ୍କ ବିନା ବି ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥାନ୍ତୁ'

19 ଜଣ ବିଧାୟକଙ୍କ ବିନା ବି ଆମେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥାନ୍ତୁ ବୋଲି ବିଦ୍ରୋହୀ ସଚିନ ପାଇଲଟଙ୍କ ସହ ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ।

7.କୋଭିଡ-19 ଭ୍ୟାକସିନ ଦିଗରେ ନୋଭାଭାକ୍ସ ପକ୍ଷରୁ ପର୍ଯ୍ୟାୟ-1 ସଫଳ

ମାନବ ଜାତି ଏବେ କୋଭିଡ-19 ସହ ଲଢୁଥିବାବେଳେ ଦିନକୁ ଦିନ ଅନିୟନ୍ତ୍ରିତ ହେଉଛି ସଂକ୍ରମଣ । କୋରୋନା ସହ ଲଢିବାକୁ ଭ୍ୟାକସିନ ପ୍ରସ୍ତୁତ କରିବା ପ୍ରତିଯୋଗୀତାରେ ଏବେ ନୋଭାଭାକ୍ସ ମଧ୍ୟ ଏହି ଦୌଡରେ ସାମିଲ ହୋଇଛି ।

8.ଶିମଲା ବାସଭବନକୁ ଯିବା ପାଇଁ ପ୍ରିୟଙ୍କାଙ୍କୁ ମିଳିଲା ଅନୁମତି

ପ୍ରିୟଙ୍କା ଗାନ୍ଧୀ ଶିମଲାର ଛରାବଡା ସ୍ଥିତ ତାଙ୍କ ବଙ୍ଗଳାରେ ରହିବାକୁ ଅନୁମତି ମାଗିଥିଲେ । ତେବେ ତାଙ୍କୁ ଶିମଲା ଆସିବାକୁ ଅନୁମତି ମିଳିଛି।

9.ଲିଟିଲ ସିଂଘମର ଜନ୍ମଦିନ ଧୁମଧାମ ରୂପେ ପାଳନ କରିବେ ରୋହିତ

ରୋହିତଙ୍କ ବଡ ଘୋଷଣା । ଅଗଷ୍ଟ 15ରେ ସେଲିବ୍ରେଟ କରିବେ ଲିଟିଲ ସିଂଘମଙ୍କ ବର୍ଥଡେ । ଯାହା ପାଇଁ ସେ ଲଞ୍ଚ କରିବେ ଏକ ମ୍ୟୁଜିକ ଭିଡିଓ ।

10.ମହିମାଙ୍କ ଅଭିଯୋଗର ଜବାବ ଦେଲେ ସୁବାଷ

1997ରେ ଫେମସ ନିର୍ମାତା ସୁଭାଷ ଘାଇ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହୋଇଥିବା ଫିଲ୍ମ ‘ପରଦେଶ’ରୁ ଡେବ୍ୟୁ କରିଥିବା ମହିମା ଏବେ ଚର୍ଚ୍ଚାରେ । ସୁଭାଷଙ୍କୁ ନେଇ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ସେ ।

ABOUT THE AUTHOR

...view details