ଓଡିଶା

odisha

ETV Bharat / bharat

TOP NEWS@ 9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@ 9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@ 9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 9, 2020, 8:59 PM IST

1.'କୋଭିଡ ପରୀକ୍ଷାରେ କଟକବାସୀ ସହଯୋଗ କରୁନାହାଁନ୍ତି'

କଟକ ସହରରେ ଧୀରେ ଧୀରେ ସଂକ୍ରମଣ ବଢ଼ିବାରେ ଲାଗିଛି। କଟକ ଜିଲ୍ଲାର ଗ୍ରାମାଞ୍ଚଳ ଠାରେ ସହରରେ ଅଧିକ ମାତ୍ରାରେ ସଂକ୍ରମଣ ହୋଇଛି।

2.କଟକ ଜିଲ୍ଲାରେ ହେବ ଆଉ ଏକ ନୂଆ କୋଭିଡ ହସ୍ପିଟାଲ

କଟକ ଜିଲ୍ଲାରେ ହେବ ନୂଆ କୋଭିଡ ହସ୍ପିଟାଲ । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ରେ ଅଧିକ ସଂକ୍ରମଣ ହୋଇଥିବା ଜଣାପଡିଛି। ଆଗାମୀ ସପ୍ତାହରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ।

3.ଅନୁଗୋଳରେ କୋରୋନା ନେଲା ଆଉ ଏକ ଜୀବନ

ଜିଲ୍ଲାରେ କୋରୋନା ନେଲା ଆଉ ଏକ ଜୀବନ । ଏହାକୁ ମିଶାଇ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମୋଟ ମୃତ୍ୟୁ ସଂଖ୍ୟା 4 ରେ ପହଞ୍ଚିଛି ।

4.ଭୁବନେଶ୍ୱରରେ ଆଜି ପୁଣି 166 ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ 113

ଆଜି 166 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 113 ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3929 ରହିଛି । 2473 ଜଣ ସୁସ୍ଥ ହୋଇ ଫେରିଥିବାବେଳେ 1435 ମୋଟ ଆକ୍ଟିଭ ମାମଲା ରହିଛି ।

5.ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ-ମାଓ ମୁହାଁମୁହିଁ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ରିଜର୍ଭ ଫରେଷ୍ଟରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ କେହି ମୃତାହତ ହୋଇନଥିବା ବେଳେ ପୋଲିସ 4ଟି ମାଓ କ୍ୟାମ୍ପ ଠାବ କରିଛି ।

6.ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ କୋରୋନାରେ ଆକ୍ରାନ୍ତ

ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ବିଶ୍ବାସ ସାରଙ୍ଗ ରବିବାର କୋରୋନା ଭାଇରସ ପାଇଁ ପଜିଟିଭ ପରିକ୍ଷଣ କରିଛନ୍ତି । ତାଙ୍କର ପ୍ରଥମ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ସଂଗରୋଧରେ ଥିଲେ । ହେଲେ ଶିକ୍ଷାମନ୍ତ୍ରୀଙ୍କର ଦ୍ବିତୀୟ ରିପୋର୍ଟ ପଜିଟିଭ ଆସିଛି ।

7.ହୁବଲିରେ ରେଳ ସଂଗ୍ରହାଳୟ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ

ହୁବଲିରେ ଏକ ରେଳ ସଂଗ୍ରହାଳୟକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ।

8.ସିନ୍ଧୁନଦୀ ଜଳ ଆୟୋଗ ମାମଲାରେ ଆଲୋଚନା କରିବାକୁ ଭାରତର ପ୍ରସ୍ତାବ

ଏହି ବୈଠକ ଅଟାରୀ ସୀମାରେ କରିବାକୁ ପାକିସ୍ତାନ ପକ୍ଷରୁ କୁହାଯାଇଛି । କିନ୍ତୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ବୈଠକ ଭର୍ଚୁଆଲ ଢଙ୍ଗରେ କରିବାକୁ ଭାରତ ସ୍ଫଷ୍ଟ କରିଛି ।

9.ଟିମ ଇଣ୍ଡିଆର କିଟ୍ ପ୍ରାୟୋଜକ ରେସରେ ଆଡିଡାସ-ପୁମା

14 ବର୍ଷ ଧରି 'ମେନ୍ ଇନ ବ୍ଲୁ'ର କିଟ୍ ପ୍ରାୟୋଜକ ଥିବା ନାଇକ୍ ର ଚୁକ୍ତି ସେପ୍ଟେମ୍ବର 2020ରେ ଶେଷ ହେଉଛି । ଫଳରେ ପରବର୍ତ୍ତୀ ପ୍ରାୟୋଜକ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି ।

10.ଚହଲଙ୍କୁ ରୋହିତଙ୍କ ଟ୍ରୋଲ: ଆଇପିଏଲ 2050ରେ କେମିତ ଦେଖାଯିବେ ୟୁଜି ?

ମଜାଳିଆ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ଦଳର ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା । ଆଇପିଏଲର ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଆରିସିବିର ଜଣେ ବୃଦ୍ଧ ଓ ଜଣେ ଯୁବ ପ୍ରସଂଶକ ଠିଆ ହୋଇଥିବା ଏକ ଫଟୋକୁ ରୋହିତ ପୋଷ୍ଟ କରିଛନ୍ତି ।

ABOUT THE AUTHOR

...view details