ଓଡିଶା

odisha

ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

By

Published : Aug 5, 2020, 9:02 PM IST

Updated : Aug 5, 2020, 9:09 PM IST

1.କୋରୋନା‌ ଯୋଦ୍ଧାଙ୍କୁ ସମ୍ମାନ, ନିରବ ପ୍ରାର୍ଥନା କଲା ଓଡିଶା

କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନ ପାଇଁ ନିରବ ପ୍ରାର୍ଥନା କଲା ସାରା ଓଡ଼ିଶା । ଯେଉଁମାନେ ମହାମାରୀ ମୁକାବିଲାରେ ନିଜ ପ୍ରାଣବଳୀ ଦେଇଛନ୍ତି ସେମାନଙ୍କ ସମ୍ମାନରେ ଗୋଟିଏ ମିନିଟର ନିରବ ପ୍ରାର୍ଥନା କଲା ଓଡିଶା ।

2.କୋଭିଡ୍-୧୯ରୁ ଆଜି ରାଜ୍ୟରେ ଆରୋଗ୍ୟ ହେଲେ 1255 ସଂକ୍ରମିତ

ସଂକ୍ରମିତଙ୍କ ସହ ତାଳ ଦେଇ ରାଜ୍ୟରେ ସୁସ୍ଥହାର ମଧ୍ୟ ବଢି ଚାଲିଛି । ଗୋଟିଏ ଦିନରେ ରାଜ୍ୟରେ 1255 ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ 25 ହଜାର ଟପିଛି ସୁସ୍ଥ ସଂଖ୍ୟା ।

3.ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ

ଓଡ଼ିଶାରେ ଧର୍ମାନୁଷ୍ଠାନ ଖୋଲିବାକୁ ସରକାର ଅନୁମତି ଦେଉନାହାଁନ୍ତି। ସରକାରଙ୍କ ଏଭଳି କଟକଣା ସମ୍ବିଧାନ ବିରୋଧୀ। ତେଣୁ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଛି।

4.24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଅରେଞ୍ଜ ସହ ୟେଲୋ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲ ମାର୍କ ପ୍ରେସରରେ ପରିଣତ ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା "ୟୁଏଲ ମାର୍କଡ଼ ଲୋ" ଏବେ ଉତ୍ତର-ପଶ୍ଚିମ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ ରହିଛି ।

5.ଟିଭିରେ ଭୂମି ପୁଜନ ଦେଖିଲେ ମୋଦିଙ୍କ ମା ହିରାବେନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହିରାବେନ ଭୂମି ପୂଜନର ଐତିହାସିକ ମୁହୂର୍ତ୍ତକୁ ଟିଭିରେ ଦେଖିଥିଲେ।

6.ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜା ଗଣତନ୍ତ୍ରର ପରାଜୟ ଓ ହିନ୍ଦୁତ୍ବର ବିଜୟ'

ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ହେଲେ ଏହାକୁ ପସନ୍ଦ କରିନାହାନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ।

7.ବାହାଘର ନିଶା: ଆଣ୍ଠୁଏ ପାଣିରେ ପଶି ବରଯାତ୍ରୀଙ୍କ ସହ ବାହା ହେବାକୁ ଗଲା ବର

ବିବାହ ଦିନ ବରଯାତ୍ରୀ ଆଣ୍ଠୁଏ ପାଣି ଦେଇ ଝିଅ ଘରକୁ ଆସିଥିଲେ । ପାଣି ଦେଖି ପ୍ରଥମେ ବର ଏବଂ ବରଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରେ ବର କାର ଛାଡି ବନ୍ୟା ଜଳରେ ଚାଲିଚାଲି ଝିଅ ଘରେ ପହଞ୍ଚିଥିଲେ।

8.ମୋଦିଙ୍କ ନେତୃତ୍ବରେ ପୂରଣ ହେବ ରାମ ରାଜ୍ୟ ସ୍ବପ୍ନ: ଗମ୍ଭୀର

ପୂର୍ବ ଦିଲ୍ଲୀ ସ୍ଥିତ ରାମ ମନ୍ଦିରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଅଯୋଧ୍ୟା ଭୂମି ପୂଜନର ସିଧା ପ୍ରସାରଣ କରାଯାଇଥିଲା । ଯେଉଁଠି ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ ଉପସ୍ଥିତ ରହିଥିଲେ ପୂର୍ବ ଦିଲ୍ଲୀ ସାଂସଦ ତଥା ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ।

9.ନେପାଳରେ 3.5 ତୀବ୍ରତାର ଭୂମିକମ୍ପ

ନେପାଳର ଲତିପୁର ଜିଲ୍ଲାରେ 3.5 ତୀବ୍ରତାର ଭୂମିକମ୍ପ । ବଗଲାମୁଖୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି ।

10.ଲେବାନନ ବିସ୍ଫୋରଣ ଘଟଣା: 100 ଟପିଲା ମୃତ୍ୟୁ ସଂଖ୍ୟା, 3 ଲକ୍ଷ ବାସହରା

ଲେବାନନ୍ ରାଜଧାନୀ ବେରୁଟ୍ ସହରରେ ମଙ୍ଗଳବାର ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା 100 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ପ୍ରାୟ 4,000 ଆହତ ହୋଇଛନ୍ତି ।

Last Updated : Aug 5, 2020, 9:09 PM IST

ABOUT THE AUTHOR

...view details