ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ବର୍ତ୍ତମାନର ମୁଖ୍ୟ ଖବର

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

TOP NEWS AT 9AM
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Sep 28, 2020, 9:09 AM IST

1-କୃଷି ବିଲକୁ ମଞ୍ଜୁରୀ, ସ୍ପଷ୍ଟୀକରଣ ରଖିଲେ ରାଜ୍ୟସଭା ଉପାଧକ୍ଷ ହରିବଂଶ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସେପ୍ଟେମ୍ବର 20ରେ ସଂସଦର ଉପର ଗୃହରେ ଦୁଇଟି କୃଷି ବିଲ୍ ପାରିତ ହୋଇଥିବା ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ସଂସଦରେ ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ତିନିଟି ଚାଷ ବିଲକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି ।

2-କୋକିଳକଣ୍ଠୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଆଜି ହେଉଛି ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜନ୍ମଦିନ । ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

3-ଆଇପିଏଲ 2020: 4 ଓ୍ବିକେଟରେ ପଞ୍ଜାବକୁ ହରାଇଲା ରାଜସ୍ଥାନ

ସିଜନର 9ମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ- କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସ 4 ଓ୍ବିକେଟରେ ବିଜୟ ହାସଲ କରି ବିଜୟ ଯାତ୍ରା ଜାରି ରଖିଛି ।

4-ଶହୀଦ ଭଗବତ ସିଂଙ୍କ 113 ତମ ଜନ୍ମବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ

ଆଜି ଶହୀଦ ଭଗବତ ସିଂ ଙ୍କ 113 ତମ ଜନ୍ମବାର୍ଷିକୀ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭଗବତ ସିଂ ସର୍ବଦା ଭାରତୀୟଙ୍କ ପାଇଁ ପ୍ରେରଣା ଉତ୍ସ ହୋଇ ରହିବେ ବୋଲି ଶାହା କହିଛନ୍ତି।

5-ସୁସ୍ଥ ହେଉଛି ଦେଶ, ୧୧ ଦିନ ମଧ୍ୟରେ କୋରୋନାରୁ ୧୦ ଲକ୍ଷ ଆରୋଗ୍ୟ

ବିଗତ ୧୧ ଦିନ ମଧ୍ୟରେ କୋରୋନା ଭାଇରସରୁ ୧୦ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଭାରତରେ କୋରୋନାରୁ ୫୦ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି ।

6-ଜମିବାଡି ବିବାଦର କରୁଣ କାହାଣୀ: 3 ପରିବାରର ଘର ଜାଳିଦେଲେ ଗାଁ ଲୋକେ

ଗ୍ରାମବାସୀଙ୍କ ବର୍ବରକାଣ୍ଡ । ଜମିବାଡି ବିବାଦକୁ ନେଇ 3 ଘରେ ନିଆଁ ଲଗାଇଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ କଣ୍ଡଗଦା ଗ୍ରାମ ପଞ୍ଚାୟତର ମନାପୁର ଗ୍ରାମରେ ।

7-'ଆତଙ୍କବାଦୀ ଏବଂ ନକ୍ସଲଙ୍କୁ ଆଶ୍ରୟ ଦେଉଛନ୍ତି ମମତା ବାନାର୍ଜୀ'

ନକ୍ସଲ ଓ ଆତଙ୍କୀଙ୍କ ସୁରକ୍ଷା ସ୍ଥଳୀ ପାଲଟିଛି ପଶ୍ଚିମବଙ୍ଗ। ତୃଣମୂଳ କଂଗ୍ରେସ ଏମାନଙ୍କୁ ବାସସ୍ଥାନ ଯୋଗାଉଛି। ଏପରି କିଛି ଶାଣିତ ଢଙ୍ଗରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ।

8-ରଣକ୍ଷେତ୍ର ପାଲଟିଲା ବିହାର ବିଜେପି କାର୍ଯ୍ୟାଳୟ

ବିହାର ନିର୍ବାଚନ ପାଖେଇ ଆସିଲାଣି । ଟିକଟ ପାଇଁ ବିହାର ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ମଧ୍ୟରେ ଜୋରଦାର ହାଙ୍ଗାମା କରିଛନ୍ତି । ସେଠାରେ ସୁରକ୍ଷା କର୍ମୀ ମାନଙ୍କ ସହିତ ମଧ୍ୟ ମାରପିଟ ହୋଇଥିବା ସୂଚନା ରହିଛି । ଏହି ସମୟରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦିଙ୍କ କାରକେଡକୁ ଦଳୀୟ କର୍ମକର୍ତ୍ତା ଅଧ ଘଣ୍ଟା ରୋକି ଦେଇଛନ୍ତି ।

9-ପ୍ରୟାସ ଆଣିଲା ସଫଳତା, ରାସ୍ତା ଖୋଳି ଦୀର୍ଘ 18 ମାସ ପରେ ଗାଁକୁ ପାଣି ଆଣିଲେ ମହିଳା

ଜଳ ସମସ୍ୟାରେ ଅନେକ ଧରି ସଙ୍ଘର୍ଷ କରି ଆସୁଥିବା ମହିଳା ମାନେ ମିଶି ପାହାଡ ରାସ୍ତା କାଟି ପାଣିର ବ୍ୟବସ୍ଥା କରିଛନ୍ତି ।

10-‘ହାର୍ଡ ଇମ୍ୟୁନିଟିରୁ ବହୁ ଦୂରରେ ଭାରତୀୟ’

କୋରୋନା ସଂକ୍ରମଣ ରିକୋଭରି ହାର ବଢୁଥିବା ବେଳେ ପୁଣି ସଂକ୍ରମିତରୁ ସୁସ୍ଥ ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରବିବାର କହିଛନ୍ତି କି ଭାରତ ହାର୍ଡ ଇମ୍ୟୁନିଟିରୁ ଦୂରରେ ।

ABOUT THE AUTHOR

...view details