ଓଡିଶା

odisha

ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @9AM

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 14, 2020, 9:00 AM IST

1-ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠାରୁ ଅନୁଷ୍ଠିତ ହେବ । କୋରୋନା ପାଇଁ ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ ଅଣାଯାଇଛି । ପରୀକ୍ଷା ୧୦ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ ।

2-କୋରୋନା କଟକଣା ମଧ୍ୟରେ ଆଜିଠୁ ମୌସୁମୀ ଅଧିବେଶନ, ରହିବନି ପ୍ରଶ୍ନକାଳ

ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର 252ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲାରେ ଶେଷ ହେବ । ମୋଟ 47 ପ୍ରସଙ୍ଗ ଏହି ଅଧିବେଶନରେ ଆଗତ କରାଯିବ।

3-ସଂସଦରେ ଉଠିବ ଓଡିଶାର ସ୍ବାର୍ଥ ପ୍ରସଙ୍ଗ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ । ଚଳିତ ଅଧିବେଶନରେ ସଂସଦରେ ଉଠିବ ଓଡିଶାର ସ୍ବାର୍ଥ ପ୍ରସଙ୍ଗ ।

4-ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଦିନରେ ହିଁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ ।

5-ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ସଂସଦରେ ଯୋଗ ଦେବେ ଫାରୁକ୍‌

ଏଥରର ମୌସୁମୀ ଅଧିବେଶନରେ ଚର୍ଚ୍ଚାର ପରିସରରେ ରହିପାରନ୍ତି ଲୋକସଭା ସାଂସଦ ଫାରୁକ ଅବଦୁଲ୍ଲା । ଗତ 2ଟି ଅଧିବେଶନରେ ତାଙ୍କୁ ବନ୍ଦୀ ରଖାଯାଇଥିଲା ।

6-ଦିଲ୍ଲୀ ଦଙ୍ଗା ଘଟଣା, ଜେଏନୟୁର ପୂର୍ବତନ ଛାତ୍ର ଉମର ଖଲିଦ ଗିରଫ

ଜାତୀୟ ରାଜଧାନୀରେ ଦଙ୍ଗା ଘଟଣା। ଫେବୃୟାରୀ 2020ରେ ହୋଇଥିବା ଏହି ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ଜେଏନୟୁର ପୂର୍ବତନ ଛାତ୍ର ଉମର ଖଲିଦ ଗିରଫ । ରବିବାର ଦିଲ୍ଲୀ ପୋଲିସ ତାକୁ ଗିରଫ କରିଥିବା ସୂଚନା ମିଳିଛି।

7-ଏକ ଘଣ୍ଟାର ବ୍ୟବଧାନ, ମା' ମୃତ୍ୟୁ ଖବର ପାଇ ଆଖିବୁଜିଲା ପୁଅ

ମା' ଗଲା ତା ସହ ପୁଅକୁ ବି ନେଇଗଲା। ସେ ଏକା କେମିତି ବା ରହିଥାନ୍ତା । ସତରେ ବିଧିର ବିଧାନ ବଡ ବିଚିତ୍ର। ମା' ମୃତ୍ୟୁ ସମ୍ବାଦ ପାଇବାର ଏକ ଘଣ୍ଟା ପରେ ପୁଅର ମୃତ୍ୟୁ।

8-ଲୁଟ ଉଦ୍ଦେଶ୍ୟରେ ଡ୍ରାଇଭରକୁ ହତ୍ୟା ଘଟଣା, ମାସେ ପରେ ଗିରଫ ହେଲା ମାଷ୍ଟର ମାଇଣ୍ଡ

ଲୁଟ ଉଦ୍ଦେଶ୍ୟରେ କାର ଭଡାରେ ନେଇ ଡ୍ରାଇଭରକୁ ମାରି ଫିଙ୍ଗି ଦେବା ଘଟଣାରେ ପୋଲିସକୁ ସଫଳତା । ଘଟଣାର ମାସେ ପରେ ଧରା ପଡିଲା ମାଷ୍ଟର ମାଇଣ୍ଡ ।

9-କଟକ ମହାନଗର ନିଗମରେ ୧୯୯ କୋରୋନା ପଜିଟିଭ ଚିହ୍ନଟ

ସିଲଭର ସିଟିକୁ କୋରୋନା କାଳ। କଟକ ମହାନଗର ନିଗମରେ ସୋମବାର ୧୯୯ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୭୭୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

10-ନବରଙ୍ଗପୁରରେ ପ୍ରଥମଶ୍ରେଣୀ ବିଚାରପତି ଅଦାଲତ ସ୍ଥାପନ ପାଇଁ ହାଇକୋର୍ଟ ମାଗିଲେ ରିପୋର୍ଟ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡିଙ୍ଗାଠାରେ ପ୍ରଥମଶ୍ରେଣୀ ବିଚାରପତି ଅଦାଲତ ସ୍ଥାପନ ପାଇଁ ହାଇକୋର୍ଟଙ୍କ ଆନୁଷଙ୍ଗିକ ରିପୋର୍ଟ। ଏହା ପରେ ଜିଲ୍ଲା ଜଜ୍‍ ଅଶୋକ କୁମାର ପଣ୍ଡା କୋଡିଙ୍ଗା ଗସ୍ତରେ ଯାଇ ସ୍ଥାନୀୟ ବିଡ଼ିଓ, ତହସିଲଦାରଙ୍କ ଉପସ୍ଥିତରେ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି।

ABOUT THE AUTHOR

...view details