6-ଚୋରା ଚାଲାଣର ନୂଆ ଉପାୟ, ମାଟି ତଳୁ 1350 କେଜି ଗଞ୍ଜେଇ ଜବତ
ଗଞ୍ଜେଇ ଚାଲାଣର ନୂଆ ତରିକା । ମାଟି ଉପରେ ନୁହେଁ ମାଟି ତଳେ ଚାଲିଛି ବେପାର । ସେଣ୍ଟ୍ରାଲ ଡିଭିଜନ ଅଫ୍ ବେଙ୍ଗାଲୁର ସିଟି ପୋଲିସ 1350 କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ।
7-ବସ୍ରାରୁ ଭାରତୀୟଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ଚଳାଇବ ଏୟାର ଇଣ୍ଡିଆ
ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ସେପ୍ଟେମ୍ବର 17ରେ ଇରାକର ବସ୍ରାରେ ଫସିରହିଥିବା ଭାରତୀୟଙ୍କୁ ନୂଆଦିଲ୍ଲୀକୁ ଫେରାଇ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଚାର୍ଟର ବିମାନ ଚଳାଇବାକୁ ଯୋଜନା କରିଛି। ଏନେଇ ଗୁରୁବାର ବାଗଦାଦରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛନ୍ତି ।
8-ରାଜଧାନୀରେ ସଙ୍ଗରୋଧ ଗୃହରୁ ସଂଗ୍ରହ ହେବ ଭେଷଜ ବର୍ଯ୍ୟ
ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଘରୁ ଭେଷଜ ବର୍ଯ୍ୟ ସଂଗ୍ରହ କରିବ । ଜାଗୃତି ଭେଷଜ ବର୍ଯ୍ୟ ମଧ୍ୟରେ ବ୍ୟବହୃତ ସିରିଞ୍ଜ, ଅବଧି ଶେଷ ହୋଇଥିବା ଔଷଧ,ବ୍ୟବହୃତ ମାସ୍କ, ଗ୍ଲୋବସ, ପରିସ୍ରା ଥଳି,ଏବଂ ବ୍ୟବହୃତ କପଡା।
9-ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଦାବି
ବୁଦ୍ଧିଜୀବୀମାନେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ କରାଯିବାକୁ ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଓମପ୍ରକାଶ ମିଶ୍ର ବୌଦ୍ଧ ଜିଲ୍ଲାପାଳଙ୍କୁ ପତ୍ର ଲେଖି ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।
10-ରୀତିନୀତିରେ ପାଳିତ ହେଲା ପୁଅ ଜୀଉନ୍ତିଆ ଓଷା
ନୂଆପଡା ଜିଲ୍ଲା ଖଡ଼ିଆଳ, ସିନାପାଲି, କୋମନା, ନୂଆପଡା, ବୋଡେନ ବ୍ଲକର ପୁରପଲ୍ଲୀରେ ଦୂତିବାହାନ ବା ପୁଅ ଜୀଉନ୍ତିଆ ଓଷା ଯଥା ରୀତିନୀତିରେ ପାଳିତ ହୋଇଯାଇଛି ।