ଓଡିଶା

odisha

ETV Bharat / bharat

TOP NEWS@9AM, ଦେଖନ୍ତୁ ବର୍ତ୍ତମାନର ବଡଖବର - ବଡଖବର

TOP NEWS@9AM, ନଜର ପକାନ୍ତୁ ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM
TOP NEWS@9AM, ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Aug 29, 2020, 8:59 AM IST

1-ହୀରାକୁଦରୁ ଖୋଲିଲା ଆଉ 2 ଗେଟ, 42 ଗେଟ ଦେଇ ଜଳ ନିଷ୍କାସନ ଜାରି

ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଡ୍ୟାମରୁ 42 ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି । ଲେଫ୍ଟ ଡାଇକରେ 27 ଟି ଗେଟ ଓ ରାଇଟ ଡାଇକରେ 15ଟି ଗେଟ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।

2-ପୁଲୱାମା ଏନକାଉଣ୍ଟରେ 3 ଆତଙ୍କବାଦୀ ନିପାତ, ଜଣେ ଯବାନ ଆହତ

ଗତ 24 ଘଣ୍ଟାରେ ପୁଣି ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ଶୁକ୍ରବାର ବିଳମ୍ବିତ ରାତିରେ ପୁଲୱାମାରେ ଏନକାଉଣ୍ଟର ଘଟି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 3 ଆତଙ୍କବାଦୀ ।

3-ବର୍ଷା ପ୍ରକୋପ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ବରଗଡର ଏକାଧିକ ଗାଁ

ପ୍ରବଳ ବର୍ଷା ଯୋଗୁଁ ବାହ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ବରଗଡର ଏକାଧିକ ଗାଁ । ଚାଷ ଜମିରେ ମାଡିଲା ବନ୍ୟା ଜଳ । ପ୍ରଭାବିତ ହେଲା ଜନଜୀବନ ।

4-ବ୍ରହ୍ମଗିରିରେ ଫୁଟିଲା ବୋମା, ଦୁଇ ଯୁବକ ଗୁରୁତର

ବ୍ରହ୍ମଗିରିର କଟକପଡା ଗ୍ରାମର ଦୁଇ ଯୁବକଙ୍କ ଉପରକୁ କେହି ଜଣେ ଅଜଣା ଯୁବକ ବୋମା ମାଡ କରିଥିବା ଜଣାପଡିଛି । ଯେଉଁଥିରେ ଦୁଇ ଯୁବକ ନନ୍ଦ ବେହେରା ଓ ନିରଞ୍ଜନ ସେଠୀ ଗୁରୁତର ଆହତ ହୋଇଛନ୍ତି ।

5-ସରପଞ୍ଚଙ୍କ ପରିବାର ଚାରି ସଦସ୍ୟ କୋରୋନା ସଂକ୍ରମିତ

ଜିଲ୍ଲାର ହଟସ୍ପଟ ନାରାୟଣ ନଗର ଗ୍ରାମରୁ ହଟିଲା ୧୪୪ ଧାରା । ସାଧାରଣ ଜନଜୀବନ ସାମାନ୍ୟ ହେବାରେ ଲାଗିଥିବା ବେଳେ ପ୍ରଥମ ଥର ପାଇଁ ଘଣ୍ଟାପଡା ପଞ୍ଚାୟତରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

6-ଗୋଷ୍ଠୀ ସଂକ୍ରମଣ ଭୟ, ଚାନ୍ଦପୁର ମାର୍କେଟ ଓ ଗାଁ ୫ ଦିନ ସଟଡାଉନ୍

ନୟାଗଡ଼ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଚାନ୍ଦପୁର ମାର୍କେଟ ଓ ଗାଁ ରେ ଗୋଟିଏ ଦିନରେ ୨୬ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ସାହିର ୧୫ ଜଣ କୋରୋନା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ସାହିର ଆଉ ୫ ଜଣ ଚିହ୍ନଟ ହୋଇଛନ୍ତି ।

7-ଭୂକମ୍ପରେ ଥରିଲା ମିଜୋରାମର ଚମ୍ପାଇ, ତୀବ୍ରତା 3.7

ଭୂକମ୍ପରେ ଥରିଲା ଚମ୍ପାଇ। ରିକ୍ଟର ସ୍କେଲରେ ତୀବ୍ରତା 3.7 ଥିବା ନ୍ୟାସନାଲ ସେସିମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି। ଭୂକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ନାହିଁ।

8-ଦିଲ୍ଲୀ ଦଙ୍ଗା: 6 ଦିନିଆ ଇଡି ହେପାଜତରେ ନିଲମ୍ବିତ ଆପ୍ କାଉନସିଲର ତାହିର ହୁସେନ

ଇଡି ହେପାଜରେ ନିଲମ୍ବିତ ଆପ୍ କାଉନସିଲର ତାହିର ହୁସେନ। ଫେବୃଆରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ସହ ଜଡିତ ଅର୍ଥ ହେରଫେର ମାମଲାରେ ତାହିରଙ୍କୁ ବୁକ୍ କରାଯାଇଛି।

9-ବାସହୀନ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ସିସିଟିଭିରେ କଏଦ ବର୍ବରତାର ସମସ୍ତ ଦୃଶ୍ୟ

ଥମୁନି ନିର୍ଯ୍ୟାନତା, କମୁନି ନୃଶଂସତା। କର୍ଣ୍ଣାଟକର ହୁସେନରେ ଜଣେ ବାସହୀନ ମହିଳାଙ୍କୁ ସିମେଣ୍ଟ ବ୍ଲକରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

10-ଜାତୀୟ କ୍ରୀଡା ଦିବସ 2020: ଜାଣନ୍ତୁ କ୍ରୀଡା ପୁରସ୍କାରର ବିଶେଷତ୍ବ

ପ୍ରତିବର୍ଷ ଅଗଷ୍ଟ 29ରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଥାଏ । ହକିର ଯାଦୁଗର ରୂପେ ପରିଚିତ ତଥା ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି ।

ABOUT THE AUTHOR

...view details