ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS@9AM,ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS@9AM
TOP NEWS@9AM

By

Published : Aug 17, 2020, 9:00 AM IST

1.ନକ୍ସଲଙ୍କ ବନ୍ଦ ଡାକରା, ବ୍ୟାନର ଜବତ କଲା ପୋଲିସ

କନ୍ଧମାଳ ଜିଲ୍ଲାରେ ପୁଣି ନିଜ ଉପସ୍ଥିତି ଜାହିର କରିଛି ମାଓ ସଙ୍ଗଠନ । ବ୍ୟାନର ଲଗାଇ ମାଓବାଦୀମାନେ ଦେଇଛନ୍ତି ବନ୍ଦ ଡାକରା । ଯାହାକୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

2.ରୋଗୀ ମୃତ୍ୟୁକୁ ନେଇ ଏମ୍ସରେ ଉତ୍ତେଜନା, ଚିକିତ୍ସାରେ ଅବହେଳା ଅଭିଯୋଗ

ରୋଗୀ ମୃତ୍ୟୁକୁ ନେଇ ଏମ୍ସରେ ଉତ୍ତେଜନା। ଦୀର୍ଘ ସମୟ ଧରି ଲୋକଙ୍କ ହୋ ହାଲ୍ଲା। ଅଧିକ ପଢନ୍ତୁ...

3.କୋରୋନାକୁ ନେଇ ବିଜେପି ଏମପିଙ୍କ ଅଜବ ଯୁକ୍ତି, କାଦୁଅରେ ଶଙ୍ଖ ଫୁଙ୍କିଲେ ହେବନି ଆକ୍ରାନ୍ତ

କୋରୋନାକୁ ନେଇ ବିଜେପି ସାଂସଦ ସୁଖବୀର ସିଂ ଜୌନପୁରିୟା ଅଜବ ଯୁକ୍ତି । କାଦୁଅରେ ବସି ଶଙ୍ଖ ଫୁଙ୍କିଲେ ଆକ୍ରାନ୍ତ ହେବନି ବୋଲି କହିଲେ ସୁଖବୀର । ଅଧିକ ପଢନ୍ତୁ...

4.ଜାମ୍ମୁ କାଶ୍ମୀର ଗନ୍ଦେରୱାଲରେ କାର୍ଯ୍ୟକାରୀ ହେଲା 4 ଜି ଇଣ୍ଟରନେଟ୍ ସେବା

ଜାମ୍ମୁ କାଶ୍ମୀର ଗନ୍ଦେରୱାଲ ଜିଲ୍ଲାରେ କାର୍ଯ୍ୟକାରୀ ହେଲା 4 ଜି ଇଣ୍ଟରନେଟ୍ ସେବା। ରବିବାର ରାତି 9ଟା ପରେ ଏହା ଆରମ୍ଭ କରାଯାଇଥିବା ବେଳେ ସେପ୍ଟେମ୍ବର 8 ପର୍ଯ୍ୟନ୍ତ ପୋଷ୍ଟପେଡ୍ ସେବା ପାଇଁ ଟ୍ରାଏଲ୍ ଆଧାରରେ ଏହା କାର୍ଯ୍ୟକାରୀ ହେବ।

5.ଦୁଇଟି କାର୍ ମୁହାଁମୁହିଁ ଧକ୍କା; 5 ମୃତ, 4 ଗୁରୁତର

ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 5 ମୃତ ଓ 4 ଜଣ ଗୁରୁତର । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

6.ସୁଧୁରୁଛି ଆସାମର ବନ୍ୟା ସ୍ଥିତି, 31 ଗାଁ ଏବେ ବି ଜଳବନ୍ଦୀ

ସୁଧୁରୁଛି ଆସାମର ବନ୍ୟା ସ୍ଥିତି । ତିନି ଜିଲ୍ଲାର 11,812 ଲୋକେ ପ୍ରଭାବିତ । 31 ଗାଁ ଜଳବନ୍ଦୀ , 1,630 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ...

7.କୋରୋନା ଯୋଗୁଁ ବିଳମ୍ବ ହେବ 'ଗଗନଯାନ' ମିଶନ

କୋରୋନା ଭାଇରସ ମହାମାରୀ 'ଗଗନଯାନ' ର ପ୍ରଥମ ପର୍ଯ୍ୟାୟରେ ଭାରତର ମାନବ ବିହୀନ ମହାକାଶ ଯାତ୍ରା ମିଶନରେ ପଠାଇବାରେ ବିଳମ୍ବ କରିପାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

8.କୋରୋନା ଯୁଦ୍ଧରେ ଜିତିଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ

ରବିବାର କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀରାମୁଲୁଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

9.ପରଲୋକରେ ଟିମ ଇଣ୍ଡିଆର ପୂର୍ବତନ ଓପନର ଚେତନ ଚୌହାନ

ଆଉ ନାହାଁନ୍ତି ଟିମ ଇଣ୍ଡିଆର ପୂର୍ବତନ ଓପନର ଚେତନ ଚୌହାନ । ସେ ଉତ୍ତରପ୍ରଦେଶ ସରକାରରେ କ୍ୟାବିଟେନ ମନ୍ତ୍ରୀ ମଧ୍ୟ ଥିଲେ । ଗତ ମାସରେ ସେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ ।

10.ଦିଲୀପ କୁମାରଙ୍କ ଦୁଇ ଭାଇ କରୋନା ସଂକ୍ରମିତ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ଦୁଇ ଭାଇ ଏହସାନ ଖାନ ଏବଂ ଅସଲମ ଖାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉଭୟ ଭାଇ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ABOUT THE AUTHOR

...view details