ଓଡିଶା

odisha

ETV Bharat / bharat

TOP NEWS@ 9AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...

TOP NEWS@9AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...

TOP NEWS AT 9 AM
TOP NEWS@ 9 AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Sep 27, 2020, 9:00 AM IST

1-ରୋଷେଇ ବେଳେ ଫାଟିଲା ସିଲିଣ୍ଡର, ଗୋଟିଏ ପରିବାରର 7 ଆହତ

ତରକାରୀ ଗରମ କରୁଥିବା ବେଳେ ଅଘଟଣ । ସିଲିଣ୍ଡର ଫାଟି 7 ଗୁରୁତର । ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ପୋଲିସର ତଦନ୍ତ ଜାରି ।

2-‘ମନ କି ବାତ୍‌’ର 69ତମ ସଂସ୍କରଣ, ଦେଶବାସୀଙ୍କୁ ମନର କଥା କହିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ଆଜି ହେଉଛି 69 ତମ ସଂସ୍କରଣ । ଜାତି ସଂଘର ସାଧାରଣ ସଭାରେ ଅଭିଭାଷଣ ପରେ ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପିଏମ ।

3-ଆଇପିଏଲ2020: ହାଇଦ୍ରାବାଦକୁ ପରାସ୍ତ କରି କୋଲକାତାର ପ୍ରଥମ ବିଜୟ ହାସଲ

ଅଷ୍ଟମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ 7 ଓ୍ବିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । କେକେଆର ଟିମ୍‌ର ଶୁଭମନ ଗିଲ୍‌ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

4-ପଶ୍ଚିମବଙ୍ଗରୁ ପୁଣି ଜଣେ ଅଲକାଏଦା ଆତଙ୍କବାଦୀ ଗିରଫ

ସେପ୍ଟେମ୍ବର 19 ତାରିଖରେ କେରଳରୁ 3 ଜଣ ଓ ପଶ୍ଚିମବଙ୍ଗରୁ 6 ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଏନଆଇଏ । ଏମାନେ ଦିଲ୍ଲୀ-ଏନସିଆର, କୋଚି ଏବଂ ମୁମ୍ବାଇ ସମେତ ଅନେକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିବା ଜଣାପଡିଥିଲା ।

5-ଦୁଇ ଦିନ ପାଇଁ ତାରାଗାଁ ସଟଡାଉନ, ଜାରି ରହିବ ଜରୁରୀ ସେବା

ଅଣାୟତ୍ତ କୋରୋନା ସ୍ଥିତି । ନବରଙ୍ଗପୁର ତାରାଗାଁକୁ ସଟଡାଉନ ଘୋଷଣା କଲେ ସରପଞ୍ଚ ।

6-ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି ।

7-ଭଣଜାର ସନ୍ଦେହଜନକ ମୃତ୍ୟୁ; ହତ୍ୟା ସନ୍ଦେହରେ ମାମୁଁ ଅଟକ

ଘଷିପୁରା ଥାନା କେନ୍ଦୁଆ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭଣଜାକୁ ହତ୍ୟା କରିବା ସନ୍ଦେହରେ ମାମୁଁ ଗୋପାଳ ପଲେଇ ଥାନାରେ ଅଟକ ରଖାଯାଇଛି।

8-ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତା ଅବରୋଧ କଲେ ଲୋକେ

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ଧରୁନଥିବା ବେଳେ ଏପଟେ କୋରୋନା ସହ ତାଳ ଦେଇ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ଶୁକ୍ରବାର ବିଦ୍ୟୁତ ଆଘାତରେ ଦୁଇ ବାପପୁଅଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ଗତକାଲି(ଶନିବାର) ସଡକ ଦୁର୍ଘଟଣାରେ କଣ୍ଠା ଗ୍ରାମର ଜଣେ ଯୁବକଙ୍କ ବୁର୍ଲାରେ ମୃତ୍ୟୁ ହୋଇଛି ।

9-ଗହଣା ବିକି ଓକିଲକୁ ଫିସ୍‌ ଦେଲେ ଅନୀଲ, ପାଖରେ ମାତ୍ର ଗୋଟିଏ କାର

କେବେ ବିଶ୍ବର ଷଷ୍ଠ ଧନୀକ ଥିବା ଅନୀଲ ଅମ୍ବାନୀ ଆଜି ଓକିଲଙ୍କୁ ଫିସ ଦେବାକୁ ନାହାଁନ୍ତି ସକ୍ଷମ । ପାଖରେ ମାତ୍ର ଗୋଟିଏ କାର ରହିଥିଲାବେଳେ ସେ ସମସ୍ତ ଗହଣା ବିକ୍ରି କରି ଆଇନଗତ ଲଢେଇ ପାଇଁ ଗଣୁଛନ୍ତି ଫିସ । ଚୀନ ବ୍ୟାଙ୍କ ଋଣ ମାମଲାରେ ଅନୀଲ ଅମ୍ବାନୀ ଏ ନେଇ ୟୁକେ କୋର୍ଟକୁ ଜଣାଇଛନ୍ତି ।

10-ସମ୍ପର୍କ ଭାଙ୍ଗିଲା କୃଷି ବିଲ, ଏନଡିଏ ହାତ ଛାଡିଲା ଅକାଳୀ ଦଳ

ଶେଷରେ ଏନଡିଏର ସହିତ ସମ୍ପର୍କ ଛିନ୍ନକଲା ସିରୋମଣି ଅକାଳି ଦଳ । ପ୍ରଥମେ ନିଜର କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଶନିବାର ଶେଷରେ ସମ୍ପୂର୍ଣ୍ଣ ଏନଡିଏରୁ ମୋହ ତୁଟାଇଛି ଅକାଳି ଦଳ ।

ABOUT THE AUTHOR

...view details