ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS @7PM

ନଜର ପକାନ୍ତୁ NEWS @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 23, 2020, 7:01 PM IST

1.ମହାସପ୍ତମୀ, ବିନା ଭକ୍ତରେ ମା’ଙ୍କ ଆବାହନ

ଧରାପୃଷ୍ଠକୁ ବିରାଜିଛନ୍ତି ଦୁର୍ଗତିନାଶିନୀ । ହେଲେ ଏଥର ମା’ଙ୍କୁ ସ୍ବାଗତ ପାଇଁ ମଣ୍ଡପରେ ଉପସ୍ଥିତ ନାହାନ୍ତି ଭକ୍ତ । ବିନା ଭକ୍ତରେ ହୋଇଛି ମା’ଙ୍କ ଆବାହନ ।

2.ଗ୍ରୀନ କରିଡର; ମାତ୍ର 6.30 ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ନୟାପଲ୍ଲୀରୁ ମାତ୍ର 6.30 ମିନିଟରେ ଆମ୍ବୁଲାନ୍ସ ପହଞ୍ଚିଥିଲା ଏୟାରପୋର୍ଟରେ । ଗ୍ରୀନ କରିଡରରେ ଆମ୍ବୁଲାନ୍ସ ଯୋଗେ ଏୟାରପୋର୍ଟରେ ପହଞ୍ଚିଲେ ଗୁରୁତର ରୋଗୀ ।

3.ଦୁଇ ଦିନରେ ଫେରିଯିବ ମୌସୁମୀ

ଆଗାମୀ ଦୁଇ ଦିନ ମଧ୍ୟରେ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।

4.ନିର୍ବାଚନୀ ମଞ୍ଚରୁ ମୋଦିଙ୍କ ଅପିଲ, ପାର୍ବଣରେ ଲୋକାଲ କିଣିବାକୁ ଅନୁରୋଧ

ପାର୍ବଣର ଏହି ଅବସରରେ ଲୋକାଲ ଅର୍ଥାତ ସ୍ଥାନୀୟ ଜିନିଷ କିଣନ୍ତୁ ବୋଲି କହିଛନ୍ତି ମୋଦି । ଏହି ରାଲିରେ ଆତ୍ମନିର୍ଭର ବିହାରର ଓ ଭୋକାଲ ଫର ଲୋକାଲ ନାରାକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ।

5.ଭାଗଲପୁର ରାଲିରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି, ବିହାରରେ ନାହିଁ ଲଣ୍ଠନର ଆବଶ୍ୟକତା

ସାସାରାମ ପରେ ଭାଗଲପୁର ରାଲିରେ ମଧ୍ୟ ବିରୋଧିଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

6.ଭାଗଲପୁର ରାଲିରେ ରାହୁଲଙ୍କ ପ୍ରଶ୍ନ ବାଣ, ନିରବ କାହିଁକି ପ୍ରଧାନମନ୍ତ୍ରୀ?

ଭାଗଲପୁର ରାଲିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହାମାରୀ କୋରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି ଟାର୍ଗେଟ ।

7.ଏନସିପିରେ ଯୋଗଦେଲେ ପୂର୍ବତନ ବିଜେପି ନେତା ଏକନାଥ ଖଡ଼ସେ

ଏନସିପିରେ ଯୋଗ ଦେଲେ ମହାରାଷ୍ଟ୍ର ବିଜେପିର ପୂର୍ବତନ ନେତା ଏକନାଥ ଖଡ଼ସେ। ବିଜେପିରୁ ଇସ୍ତଫା ଦେବାପରେ ସେ ଏନସିପିରେ ଯୋଗଦେବା ନେଇ ସୂଚନା ଦେଇଥିଲେ।

8.ଛତିଶଗଡକୁ 2000 ପିପିଇ କିଟ୍ ଯୋଗାଇଲେ କିଙ୍ଗ ଖାନ

ମହାମାରୀ ବିରୋଧରେ ଲଢିବା ପାଇଁ ଶାହାରୁଖ ଖାନ ଛତିଶଗଡକୁ 2000 ପିପିଇ କିଟ ଯୋଗାଇ ଦେଇଛନ୍ତି । ଏହି ସହାୟତା ପାଇଁ କ୍ୟାବିନେଟ ମନ୍ତ୍ରୀ ଟି.ଏସ୍ ସିଂ ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

9.ଭାରତର ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭେଟରାନ କ୍ରିକେଟର ତଥା ଟିମ ଇଣ୍ଡିଆର ପୂର୍ବତନ ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ଅସୁସ୍ଥ ।

10.ଆଇପିଏଲ 2020: ସୁପରକିଙ୍ଗ୍ସ ପାଇଁ କର ବା ମର, ସାମ୍ନାରେ ମୁମ୍ବାଇ

ଚଳିତ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେ-ଅଫ ଆଶା କ୍ଷୀଣ ରହିଛି ।

For All Latest Updates

ABOUT THE AUTHOR

...view details