ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର - ବର୍ତ୍ତମାନର ଗୁରୁତ୍ବପୁର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର

By

Published : Sep 23, 2020, 6:53 PM IST

1. ଆଇପିଏସ ସ୍ତରରେ ଅଦଳବଦଳ, ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ ।

2. ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏଲଏନଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

3. ୫୦୦ ଟଙ୍କା ଚୋରି ଅଭିଯୋଗରେ ନାବାଳକକୁ ପିଟିପିଟି ହତ୍ୟା !

ମରିଗଲା ମାନବିକତା । କରଞ୍ଜିଆ ଅଞ୍ଚଳରେ ସାମାନ୍ୟ ୫୦୦ ଟଙ୍କା ଚୋରିକୁ କେନ୍ଦ୍ର କରି ନାବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

4. ଦିଲ୍ଲୀ ମେଡିକାଲରେ ଅକ୍ସିଜେନର ଅଭାବ ନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀ ମେଡିକାଲଗୁଡ଼ିକରେ ଅକ୍ସିଜେନର ଅଭାବ ନାହିଁ । ଆସନ୍ତା 6-7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଉପଲବ୍ଧ ରହିଛି ।

5. ଭାରତୀୟ ଯୁବକଙ୍କ ଉପରେ ପବଜିର ପ୍ରଭାବ

ପବଜି ହେଉଛି ଏକ ପ୍ରସିଦ୍ଧ ମୋବାଇଲ ଗେମ । ଏହାକୁ ଭାରତରେ ସର୍ବାଧିକ ଖେଳାଯାଇଛି । ଲକଡାଉନ ସମୟରେ PUBG ଭାରତରେ ସର୍ବାଧିକ ଖେଳାଯାଇଥିବା ଖେଳ ଥିଲା।

6. କୋଲକାତାରେ ଉଦଘାଟିତ ହେବ ପ୍ରଥମ ଟ୍ରାମ ଲାଇବ୍ରେରୀ

କୋଲକାତାରେ ଖୁବଶିଘ୍ର ନଜର ଆସିବାକୁ ଯାଉଛି ପ୍ରଥମ ଟ୍ରାମ ଲାଇବ୍ରେରୀ ।ବିଭିନ୍ନ ଶିକ୍ଷାନୁଷ୍ଠାନର ପାଠକଙ୍କୁ ଆକର୍ଷିତ କରିବା ପାଇଁ ଡିଜାଇନ ହୋଇଛି ସ୍ବତନ୍ତ୍ର ଟ୍ରାମ ଲାଇବ୍ରେରୀ ।

7. ଇଣ୍ଟ୍ରାନସାଲ୍ ଟିକା ପାଇଁ ୱାଶିଂଟନ୍ ୟୁନିଭରସିଟି ସହ ଚୁକ୍ତିନାମା ସ୍ୱାକ୍ଷର କଲା ଭାରତ ବାୟୋଟେକ୍

ଆଜି ଭାରତ ବାୟୋଟେକ୍ ୱାଶିଂଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍ ସହିତ ‘ଶିମ୍ପ-ଆଡେନୋଭାଇରସ୍’ ପାଇଁ ଏକ ଲାଇସେନ୍ସ ଚୁକ୍ତିନାମା ସ୍ୱାକ୍ଷର କରିଛି । ଯେଉଁଥିରେ କୋରୋନା ପାଇଁ ଏକକ ଡୋଜ୍ ଇଣ୍ଟ୍ରାନସାଲ୍ ଟିକା ରହିଛି। ସହର ଭିତ୍ତିକ ଟିକା ନିର୍ମାତା ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଭାରତ ବାୟୋଟେକ୍ ପାଖରେ ଟିକା ବଣ୍ଟନ କରିବାର ଅଧିକାର ରହିଛି ।

8. ଅକ୍ସିଜେନର ଘରୋଇ ପରିବହନ ପାଇଁ ପେସୋକୁ କେନ୍ଦ୍ର ସରକାରଙ୍କ ଅନୁମତି

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ (ପେସୋ)କୁ ଘରୋଇ ପରିବହନ ପାଇଁ ତରଳ ଅକ୍ସିଜେନ ଚଳାଇବା ପାଇଁ ଆଇଏସଓ ଟ୍ୟାଙ୍କ ପାତ୍ରଗୁଡ଼ିକୁ ପ୍ରବର୍ତ୍ତନ ପାଇଁ କେନ୍ଦ୍ର ସରକାର ବୁଧବାର ଅନୁମତି ଦେଇଛନ୍ତି।

9. ଫେସବୁକ ଅଧିକାରୀଙ୍କୁ ଜାରି ସମନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଫେସବୁକର ଭାଇସ ପ୍ରେସିଡେଣ୍ଟ ଅଜିତ ମୋହନଙ୍କ ବିରୋଧରେ 15 ଅକ୍ଟୋବର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକାରର ଉଲ୍ଲଂଘନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

10. ଜାଣନ୍ତୁ ଚାଷୀଙ୍କ ପାଇଁ କେଉଁ ରାଜ୍ୟ କେତେ କରିଛି ଋଣ ଛାଡ...

କୃଷକଙ୍କ ଋଣଛାଡ୍ ଉପରେ ବିରୋଧିଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ସରକାର । ବିଭିନ୍ନ ରାଜ୍ୟ ଯୋଜନା ମାଧ୍ୟମରେ ଉପକୃତ ହୋଇଥିବା କୃଷକଙ୍କ ହିସାବ ଦେଇଛନ୍ତି ସରକାର ।

ABOUT THE AUTHOR

...view details