ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 12, 2020, 6:59 PM IST

1.କୋଭିଡ କଟକଣାରେ ହେବ NEET ପରୀକ୍ଷା, ଭୁବନେଶ୍ବରରେ ପରୀକ୍ଷା ଦେବେ 15000 ପରୀକ୍ଷାର୍ଥୀ

ଆସନ୍ତାକାଲି ହେବ NEET ପରୀକ୍ଷା । ଭୁବନେଶ୍ବରେ 13ଟି ପରୀକ୍ଷାକେନ୍ଦ୍ରରେ NEET ପରୀକ୍ଷା ଦେବେ ରାଜ୍ୟର ୧୫୦୦୦ ପରୀକ୍ଷାର୍ଥୀ। ଚଳିତ ବର୍ଷ କୋରୋନା କଟକଣା ସହ କଡାକଡି ଭାବେ ପରୀକ୍ଷା କରାଯାଉଛି ।

2.ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ ବିବାଦ, କର୍ମୀ ହାତାହାତି

ରାଜଶ୍ରୀଙ୍କ ସମର୍ଥକ ଓ ବିଷ୍ଣୁଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବିଷ୍ଣୁଙ୍କ ସମର୍ଥକମାନେ ତାଙ୍କ ପୁଅ ବିଜୟ ଶଙ୍କରଙ୍କୁ ବିଧାୟକ ପ୍ରାର୍ଥି କରିବାକୁ ଦାବି କରି ହୋ ହାଲା କରିଥିଲେ।

3.ନୂତନ ପ୍ରଭାରୀଙ୍କ ନିଯୁକ୍ତି ପରେ ପ୍ରଦେଶ କଂଗ୍ରେସ ମୁଖିଆ ପରିବର୍ତ୍ତନ ନେଇ ଆଭାସ

ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଚେଲ୍ଲା କୁମାରଙ୍କୁ ଦିଆଯାଇଛି ଦାୟିତ୍ବ । ଆଉ ଏହି ନୂଆ ଦାୟିତ୍ବ ପରେ ଓଡିଶା କଂଗ୍ରେସ ମୁଖିଆ ପରିବର୍ତ୍ତନ ନେଇ ଆଭାସ ଦେଲେଣି କଂଗ୍ରେସର ଛାମୁଆ ନେତାଗଣ ।

4.ସୋନୁ ଓ ସବ୍ୟଙ୍କ ପରେ ଅସହାୟଙ୍କୁ ସହାୟତା ପାଇଁ ଆଗକୁ ଆସିଲେ ଅନୁଭବ

ଶ୍ରମିକଙ୍କ ଭଗବାନ ସୋନୁ ସୁଦଙ୍କ ପରେ ବେସାହାରାଙ୍କ ବନ୍ଧୁ ସାଜିଛନ୍ତି ଅଭିନେତା ସବ୍ୟସାଚୀ । ନିଜ ଟ୍ବିଟ୍‌ରେ ସାଂସଦ ଅନୁଭବ ଜଣେ କର୍କଟ ପୀଡିତାଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

5.ଭୁବନେଶ୍ବରରୁ ଚୋରି ବିହାରରେ ବିକ୍ରି, ରାଜଧାନୀରୁ ଧରାପଡିଲେ ଗୋଲଡେନ ଗ୍ୟାଙ୍ଗ

କମିଶନରେଟ ପୋଲିସ ହାତରେ ଗୋଲଡେନ ଗ୍ୟାଙ୍ଗ । ନୟାପଲ୍ଲୀଠୁ ଆରମ୍ଭ କରି ଚନ୍ଦ୍ରଶେଖରପୁର ଖଣ୍ଡଗିରି ଓ ମଞ୍ଚେଶ୍ବର ପର୍ଯନ୍ତ ଚାରିଆଡେ ବୁଲି ବୁଲି କରୁଥିଲେ ଲୁଟପାଟ ।

6.‘ହରିୟାଣା ଦାୟିତ୍ୱରେ ରହିବାକୁ ଚାହୁଁଥିଲେ ଗୁଲାମ’

କଂଗ୍ରେସ ଅନ୍ତରୀଣ ଅଧ୍ଯକ୍ଷା ସୋନିଆ ଗାନ୍ଧୀ ଗଠନ କରିଛନ୍ତି ନୂତନ cwc । ଯେଉଁଥିରେ ପୂର୍ବରୁ ମହାସଚିବ ଥିବା ଗୁଲାମନବୀ ଆଜାଦଙ୍କୁ ମିଳିନାହିଁ ପଦବୀ । ହରିୟାଣାର ଦାୟିତ୍ୱରେ ରହିବାକୁ ସେ ନିଜେ ଇଚ୍ଛା ପ୍ରକାଶ କରୁଥିଲେ ବୋଲି କହିଛନ୍ତି ଅଖିଳେଶ ପ୍ରସାଦ ସିଂ ।

7.ଫେସବୁକ ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ କଲା ଫେସବୁକ କ୍ୟାମ୍ପସ

ଲଞ୍ଚ ହେଲା ଫେସବୁକ କ୍ୟାମ୍ପସ । ଛାତ୍ରଛାତ୍ରୀ ରିମୋର୍ଟ ଲର୍ଣ୍ଣିଂରେ ଭୋଗୁଥିବା ଅସୁବିଧାକୁ ସମାଧାନ କରିବାକୁ ଫେସବୁକ କରିଛି ପ୍ରୟାସ ।

8.ଆକ୍ରମଣର ଶିକାର ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ରାଜନାଥ

ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

9.ପ୍ରଥମ ଆମେରିକୀୟ କ୍ରିକେଟର ଭାବେ ଆଇପିଏଲ ଖେଳିବେ ଏହି ଖେଳାଳି

ଯୁକ୍ତରାଷ୍ଟ୍ର ଆମେରିକାର 29 ବର୍ଷୀୟ ଦ୍ରୁତ ବୋଲର ଅଲି ଖାନଙ୍କୁ କୋଲକାତା ନାଇଟ ରାଇଡର୍ସ ଟିମରେ ସାମିଲ କରିଛି । ହେରୀ ଗୁରନିଙ୍କ ବଦଳ ଖେଳାଳି ଭାବେ କେକେଆର ଫ୍ରାଞ୍ଚାଇଜ ଅଲିଙ୍କୁ ଚୟନ କରିଛି । ପୂର୍ବରୁ ଗୁରନି ଆହତ କାରଣରୁ ଆଇପିଏଲ 2020ରୁ ଓହରି ଯାଇଥିଲେ ।

10.ସୁଶାନ୍ତଙ୍କ ପାଇଁ ଇମୋସନାଲ ନୋଟ୍ ଲେଖିଲେ ନିର୍ଦ୍ଦେଶକ ଅଭିଷେକ

ଚଳଚ୍ଚିତ୍ର ନିର୍ମାତା ଅଭିଷେକ କପୁର ଅଭିନେତା ସୁଶାନ୍ତଙ୍କ ସହ 'କାଇ ପୋ ଛେ' ଏବଂ 'କେଦାରନାଥ' ଚଳଚ୍ଚିତ୍ରରେ କାମ କରିଥିଲେ । ଆଜି ସୁଶାନ୍ତଙ୍କ ସ୍ମୃତିରେ ସେ ଏକ ଭିଡିଓ ସେୟାର କରି ଏକ ଭାବପ୍ରବଣ କ୍ୟାପସନ ଲେଖିଛନ୍ତି ।

ABOUT THE AUTHOR

...view details