ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TODAYS TOP NEWS

TOP NEWS @7PM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Sep 2, 2020, 7:03 PM IST

1.ଏଥର ଡିଜିଟାଲ ମାଧ୍ୟମରେ ହେବ କେଳୁଚରଣ ମହାପାତ୍ର ସମ୍ମାନ ସମାରୋହ

ଏଥର ଡିଜିଟାଲ ମାଧ୍ୟମରେ ହେବ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ। ଆସନ୍ତା 5 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବକୁ ବଲିଉଡର ସୁନାମଧନ୍ୟ ଅଭିନେତ୍ରୀ ହେମାମାଳିନୀ ଉଦ୍ଘାଟନ କରିବେ।

2.ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସାଇକୋ ଲେଡିର ସତ ଓଗାଳିଲେ ବାଲେଶ୍ବରର ବିସ୍ମିତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଜଡିତ ଥିବା ସାଇକୋ ଲେଡି ବିଷୟରେ ‘ଇଟିଭି ଭାରତ’ କ୍ୟାମେରା ସାମ୍ନାରେ ସବିଶେଷ ତଥ୍ୟ ରଖିଛନ୍ତି ବାଲେଶ୍ବର ବିସ୍ମିତ ଦାସ ।

3.ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବ କଂଗ୍ରେସ, ଗଠନ ହେଲା 9 ଜଣିଆ କମିଟି

ବନ୍ୟା ବିପତ୍ତି ସମୟରେ ଲୋକଙ୍କୁ ସହଯୋଗ କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ 9 ଜଣିଆ କମିଟି ଗଠନ କରାଯାଇଛି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।

4.ଦୀର୍ଘ ଚାରି ଘଣ୍ଟା ପରିଶ୍ରମ ପରେ ପଥର ସନ୍ଧିରୁ ଉଦ୍ଧାର ହେଲା ନାବାଳକ

ବୌଦ୍ଧରେ ଗାଧୋଇବାକୁ ଯାଇ ଭାସିଯାଇ ପଥର ସନ୍ଧିରେ ଫସି ରହିଲା ନାବାଳକ । ଶେଷରେ ଗ୍ରାମବାସୀ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ପ୍ରଚେଷ୍ଟାରେ ଦୀର୍ଘ ଚାରି ଘଣ୍ଟାପରେ ଉଦ୍ଧାର ହେଲା ନାବାଳକ ।

5.ଲଗାତର ବନ୍ୟାଞ୍ଚଳ ପରିଦର୍ଶନ ଜାରି ରଖିଛନ୍ତି ବୈଜୟନ୍ତ

ଆକାଶମାର୍ଗରୁ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା ।

6.ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରୀରେ ଥିବା ୧୨ ଶିକ୍ଷକଙ୍କ ନାଁରେ ମାମଲା

କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକର ୧୨ ଜଣ ଶିକ୍ଷକ ଜାଲ ବିଇଡି ସାର୍ଟିଫିକେଟ ଦେଇଥିବା ଜଣାପଡିଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାରେ ଆରମ୍ଭ ହୋଇଥିଲା ଯାଞ୍ଚ ।

7.ସିଭିଲ୍ ସର୍ଭିସ୍ ଅଧିକାରୀଙ୍କ ପାଇଁ ମିଶନ୍ ‘କର୍ମଯୋଗୀ’କୁ କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ ସିଭିଲ ସର୍ଭିସ୍ ଅଧିକାରୀଙ୍କ ପାଇଁ ‘କର୍ମଯୋଗୀ’ ମିଶନକୁ ଅନୁମୋଦନ ଦେଇଛନ୍ତି ।

8.ପବଜି ସମେତ 118 ମୋବାଇଲ ଆପ୍‌ ବ୍ୟାନ କଲେ ସରକାର

ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନରୁ ଜାରି ସୀମା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୋଦି ସରକାର ପବଜି ସମେତ 118ଟି ମୋବାଇଲ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

9.ସୀମା ସଂଘର୍ଷକୁ ନେଇ ପୁଣି ଭାରତକୁ ଦୋଷ ଦେଲା ଚୀନ

ନିକଟରେ ହୋଇଥିବା ସୀମା ସଂଘର୍ଷରେ କୌଣସି ଭାରତୀୟ ସୈନିକଙ୍କର ମୃତ୍ୟୁ ହୋଇନାହିଁ । ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଉଭୟ ଦେଶ ମଧ୍ୟରେ ହୋଇଥିବା ସହମତି ଉଲ୍ଲଂଘନ କରିଛି ବୋଲି ଚୀନ ଦାବି କରିଛି ।

10.ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଅର୍ଦ୍ଧନିମିତ ରହିଲା ବାଂଲାଦେଶର ଜାତୀୟ ପତାକା

ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବୁଧବାର ବାଂଲାଦେଶର ଜାତୀୟ ପତାକା ଅର୍ଦ୍ଧନିମିତ ରହିଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମୁଖାର୍ଜୀଙ୍କ ପାଇଁ ବାଂଲାଦେଶ ଦିନିକିଆ ଜାତୀୟ ଶୋକ ପାଳନ କରୁଛି।

ABOUT THE AUTHOR

...view details