ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@7PM

ନଜର ପକାନ୍ତୁ NEWS@7PMର ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 27, 2020, 6:56 PM IST

1.ଡ୍ରଗ୍ସ ଡିଲିଂ ନେଇ ରିଆଙ୍କ ଭୁବନେଶ୍ବର ଲିଙ୍କ: ଏନସିବିକୁ ସହଯୋଗ କରିବ ଓଡିଶା ପୋଲିସ

ସିବିଆଇର ସ୍କାନରରେ ଥିବା ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଘନ ଘନ ଜେରା ସହ ତଦନ୍ତକୁ ତ୍ବରାନ୍ବିତ କରୁଛି । ହେଲେ ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏବେ ଅଭିନେତ୍ରୀ ରିୟା ହରଡଘଣାରେ ।

2.ସମଲିଙ୍ଗୀ ସମ୍ପର୍କ ସପକ୍ଷରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଯାଜପୁରର 2 ସମଲିଙ୍ଗୀ ଯୁବତୀଙ୍କ ବିବାହ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ । ଉଭୟ ଯୁବତୀଙ୍କୁ ଏକତ୍ରିତ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକ

3.ମହିଳା କର୍ମଚାରୀଙ୍କୁ ଅସଦାଚରଣ, ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶ

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଘଟଣା, ମହିଳା କମିଶନଙ୍କ ନିକଟରେ ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ।

4.କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜାମା ବ୍ୟାଙ୍କ ଉଦଘାଟିତ

ପୂର୍ବରୁ କଟକ ଏସିବି , କ୍ୟାପିଟାଲ ହପ୍ସିଟାଲ, ବ୍ରହ୍ମପୁରର ଏମ କେ ସି ଜି,ରାଉରକେଲା ଓ ବୁର୍ଲ୍ଲରେ ପ୍ଳାଜାମା ବ୍ୟାଙ୍କ ଥିବା ବେଳେ ଆଜି କୋରାପୁଟରେ ଏହାର ଶୁଭାରମ୍ଭ କରାଯାଇଛି ।

5.ଇସ୍ରାଏଲ ଠାରୁ ଆଉ ଦୁଇଟି ଫାଲକନ AWACS ବିମାନ କିଣିବ ଭାରତ

ଲଦାଖରେ ଚୀନ ସହିତ ସୀମା ବିବାଦକୁ ଦୃଷ୍ଟିରେ ରଖି ବାୟୁସେନାକୁ ଆହୁରି ଶକ୍ତିଶାଳି କରୁଛି ଭାରତ । ନିକଟରେ ଫ୍ରାନ୍ସରୁ କିଣାହୋଇଥିବା ରାଫେଲକୁ ବାୟୁସେନାରେ ସାମିଲ କରିବା ପରେ ଏବେ ଇସ୍ରାଏଲରୁ ଆଉ ଦୁଇଟି ଫାଲକନ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ AWACS ବିମାନ କିଣିବ ଭାରତ ।

6.JEE-NEET ପରୀକ୍ଷା: 24 ଘଣ୍ଟାରେ 17 ଲକ୍ଷରୁ ଊର୍ଦ୍ଧ୍ବ ଆଡମିଟ କାର୍ଡ ଡାଉନଲୋଡ

ନିର୍ଦ୍ଧାରିତ ସମୟରେ ହେବାକୁ ଥିବା JEE ଓ NEET ପରୀକ୍ଷା ପାଇଁ ମାତ୍ର 24 ଘଣ୍ଟା ମଧ୍ୟରେ 17 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନଲୋଡ କରିସାରିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ।

8.ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ, 21 ସେପ୍ଟେମ୍ବର ଯାଏଁ ଅମରାବତୀରେ ରହିବ ପ୍ରଶାସନିକ କାର୍ଯ୍ୟାଳୟ

ଅମରାବତୀରୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ରାଜ୍ୟର ଜଗନ ମୋହନ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସେପ୍ଟେମ୍ବର 21 ପର୍ଯ୍ୟନ୍ତ ପୂର୍ବସ୍ଥିତି ବଜାୟ ରଖିବାକୁ ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

9.ରାଜ୍ୟରେ 90 ହଜାର ପାର କୋରୋନା ମାମଲା, ଗୋଟିଏ ଦିନରେ 3384 ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ରାଜ୍ୟରେ 3384 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ପାର କରିଛି ।

10.କାହିଁକି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ନଥିଲେ ରିଆ, ପଢନ୍ତୁ

ସୁଶାନ୍ତଙ୍କୁ ନେଇ ବୟାନ ଉପରେ ବୟାନ ଦେବାରେ ଲାଗିଛନ୍ତି ରିଆ । ଏବେ ତାଙ୍କ ଉପରେ ଡ୍ରଗ୍ସ ଡିଲିଂ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।

ABOUT THE AUTHOR

...view details