ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 12, 2020, 7:10 PM IST

1.ସ୍ୟାଣ୍ଡ ଆନିମେସନରେ ବିଗ ବିଙ୍କ ଆରୋଗ୍ୟ କାମନା କଲେ ମାନସ

କୋରୋନା ପଞ୍ଝାରେ ବଲିଉଡ ସେହେନ୍ସା ଅମିତାଭ ବଚନ । ନିଜ ବାଲୁକା କଳା ମାଧ୍ୟମରେ ତାଙ୍କ ଆରୋଗ୍ୟ କାମନା କଲେ ବିଶିଷ୍ଟ ବାଲୁକାଶିଳ୍ପୀ ମାନସ ସାହୁ ।

2.ରାଜଧାନୀରେ ନୂଆ 64 ପଜିଟିଭ୍‌, ସୁସ୍ଥ ଠୁ ବଳିଲା ଆକ୍ରାନ୍ତ ସଂଖ୍ୟା

ଗୋଷ୍ଠୀ ସଂକ୍ରମଣ ମୁହାଁ ରାଜଧାନୀ । ଦିନକୁ ଦିନ ବଢିବାରେ ଲାଗିଛି ପଜିଟିଭ୍‌ । ଆଜି ରାଜଧାନୀରେ 64 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

3.ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ 390

ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ତୁଳନାରେ ବଢିବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା । ଏହି କ୍ରମରେ ରବିବାର ରାଜ୍ୟରେ ଆହୁରି 390 ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

4.ଗୁଜୁରାଟରେ ପିସିସି ପରିବର୍ତ୍ତନ ପରେ ଓଡିଶା କଂଗ୍ରେସରେ କମ୍ପନ

ପୁଣି ତେଜିଲା ଓଡିଶା କଂଗ୍ରେସରେ ପିସିସି ପରିବର୍ତ୍ତନ ନାରା । 13 ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ ।

5.ଐଶ୍ୱର୍ଯ୍ୟା-ଆରାଧ୍ୟା କୋରୋନା ପଜିଟିଭ୍, ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା

ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କ ମଧ୍ୟ କୋରୋନା ଟେଷ୍ଟ ପଜିଟିଭ୍ ବାହାରିଛି ।

6.ଇସ୍ରୋ ମୁଖ୍ୟ କେ. ଶିଭନଙ୍କୁ 2020 ଭୋନ କର୍ମନ ସମ୍ମାନ

ମହାକାଶ ବିଜ୍ଞାନରେ ଗୋଟିଏ ପରେ ଗୋଟିଏ ଇତିହାସ ରଚି ଚାଲିଥିବା ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନର ମୁଖ୍ୟ କେ. ଶିଭନ 2020 ଭୋନ କର୍ମନ ପୁରସ୍କାର ପାଇଁ ଚୟନିତ ।

7.ଆମେରିକା ଠୁ ଅତିରିକ୍ତ ସିଗ-୭୧୬ ରାଇଫଲ ଆଣିବ ଭାରତ

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତୀୟ ସେନା ହାତକୁ ଆସିବ ଆମେରିକାର ଘାତକ ସିଗ-୭୧୬ ରାଇଫଲ । ଏଥିପାଇଁ ଆମେରିକାକୁ 72,000ଟି ଅତିରିକ୍ତ ସିଗ-୭୧୬ ଅର୍ଡର ଦେବ ଭାରତୀୟ ସେନା ।

8.ଭାରତ-ୟୁଏଇ ମଧ୍ୟରେ 12 ରୁ 26 ଜୁଲାଇ ମଧ୍ୟରେ ବିମାନ ସେବାକୁ ଅନୁମତି

କୋରୋନା ମହାମାରୀ ସମୟରେ ଅନ୍ୟ ଦେଶରେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବାକୁ ଭାରତ-ୟୁଏଇ ମଧ୍ୟରେ ସ୍ବଳ୍ପ ସମୟ ପାଇଁ ଆରମ୍ଭ ହେଲା ବିମାନ ସେବା ।

9.ଇଂଲଣ୍ଡ-ଇଣ୍ଡିଜ୍ ପ୍ରଥମ‌ ଟେଷ୍ଟ: ବିଜୟ ପାଇଁ କାର୍ବିଆନ ଆଗରେ 200 ରନ ଟାର୍ଗେଟ

ପ୍ରଥମ ପାଳି ଭିତ୍ତିରେ ଭ୍ରମଣକାରୀ ଇଣ୍ଡିଜ୍‌ ଦଳ ଆଗରେ 200 ରନର ଟାର୍ଗେଟ୍‌ ରହିଛି । ତେବେ ମ୍ୟାଚର ଆଜି 5ମ ଦିନ ହୋଇଥିବାରୁ ଇଣ୍ଡିଜ୍‌ ହାତରେ ଗୋଟିଏ ଦିନ ରହିଛି ।

10.ବଚ୍ଚନ ପରିବାରଙ୍କ ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ବର୍ତ୍ତମାନ ଉଜୈନ ମନ୍ଦିରରେ ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କ ଆରୋଗ୍ୟ କାମନା ପାଇଁ ସ୍ୱତନ୍ତ୍ର ପ୍ରାର୍ଥନା କରୁଛନ୍ତି ତାଙ୍କ ଫ୍ୟାନ୍ସ ।

ABOUT THE AUTHOR

...view details