ଓଡିଶା

odisha

ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - କୋରୋନା ଆତଙ୍କ

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Jul 12, 2020, 5:01 PM IST

1.ଐଶ୍ୱର୍ଯ୍ୟା-ଆରାଧ୍ୟା କୋରୋନା ପଜିଟିଭ୍, ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା

ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ବର୍ତ୍ତମାନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କ ମଧ୍ୟ କରୋନା ଟେଷ୍ଟ ପଜିଟିଭ୍ ବାହାରିଛି ।

2.ଗେହଲଟ-ପାଇଲଟ ବିବାଦ, ପ୍ରତିକ୍ରିୟା ରଖିଲେ ବିଜେପି ସାଂସଦ

ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ବିବାଦ ମୁଣ୍ଡ ଟେକିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଘନଉଛି । ଏହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିଛି ।

3.ଘଣ୍ଟାଏରେ ମିଳିବ କୋରୋନା ରିପୋର୍ଟ, ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରାପିଡ ଟେଷ୍ଟ

ଖୋର୍ଦ୍ଧାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରବିବାରଠୁ ରାପିଡ୍ ଟେଷ୍ଟ ଆରମ୍ଭ ହୋଇଛି ।

4.ରାଜଧାନୀରେ ରୁମାଲ ପକା ଲୁଟେରା ଗ୍ୟାଙ୍ଗ, ସିସିଟିଭିରେ କଏଦ କାରନାମା

ରୁମାଲ ପକେଇ ଲୁଟୁଛନ୍ତି ମୋବାଇଲ ଫୋନ। ଟାର୍ଗେଟରେ ଲୁଗାଦୋକାନ ଓ ଲେଡିଜ କର୍ଣ୍ଣର। ଲେଡିଜ ଥିବା ଦୋକାନରେ ଏମାନଙ୍କ ନଜର। ନଜର ଆଢୁଆଳରେ ଲୁଟ କରି ହେଉଛନ୍ତି ଫେରାର।

5.ଅସ୍ଥାୟୀ କେନ୍ଦ୍ରରେ ପ୍ରବାସୀଙ୍କୁ ଆକ୍ରମଣ, ତାଗିଦ କଲେ ବିଡିଓ

ପୁଣି ଅଶାନ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର । ସରପଞ୍ଚଙ୍କ ଉପସ୍ଥିତିରେ ଜଣେ ସୁଇପର ପ୍ରବାସୀଙ୍କୁ ମାଡ ମାରୁଥିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କସୃପଡା ଟିଏମସିର ଏହି ଘଟଣା ।

6.'ପାକିସ୍ତାନ ଅପେକ୍ଷା ଚୀନ ଭାରତ ପାଇଁ ବଡ ବିପଦ'

ଚୀନର ସାମରିକ ଶକ୍ତି ଭାରତ ତୁଳନାରେ ଦଶଗୁଣ ଅଧିକ । ସେ ନିଜ ଶକ୍ତି ବୃଦ୍ଧି କରିବା ପାଇଁ ଭାରତର ପଡ଼ୋଶୀ ଦେଶଙ୍କୁ ନିଜ ଅଧିନରେ କରିଛି ବୋଲି ପାୱାର କହିଛନ୍ତି ।

7.ରାଜସ୍ଥାନରେ ରାଜନୈତିକ ସଙ୍କଟ, କଂଗ୍ରେସ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଲେ ଶିବ୍ବଲ

ରାଜସ୍ଥାନର ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ଶିବ୍ବଲ । କ୍ଷତି ସହିବା ପରେ ଦଳର ନେତୃତ୍ୱ ଜାଗ୍ରତ ହେବ କି ବୋଲି ପ୍ରଶ୍ନ କରିଛନ୍ତି

8.ବିଜେପି ସାଂସଦଙ୍କ ବିସ୍ଫୋରକ ବୟାନ, ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ରାଜନେତା

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନକାଉଣ୍ଟର ପରେ ବି ଚର୍ଚ୍ଚା ଏଯାଏଁ ଶେଷ ହୋଇନି । ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର କହିଛନ୍ତି ଯେ ରାଜନେତାମାନେ ହିଁ ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି।

9.ଉତ୍ତର ପ୍ରଦେଶ କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିୱାରୀ କୋରୋନା ପଜିଟିଭ

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି । କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିୱାରୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଥବା ଜଣାପଡିଛି ।

10.ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ, ସ୍ପଷ୍ଟକଲେ ଗାଙ୍ଗୁଲି

ଡିସେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । ଏନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ABOUT THE AUTHOR

...view details