ଓଡିଶା

odisha

ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

By

Published : Jan 22, 2021, 3:06 PM IST

1-ରେଭେନ୍ସାର ନୂଆ କୁଳପତି ହେଲେ ପ୍ରଫେସର ସଞ୍ଜୟ କୁମାର ନାୟକ

ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ସଞ୍ଜୟ କୁମାର ନାୟକ । 4 ବର୍ଷ ପାଇଁ କୁଳପତି ନିଯୁକ୍ତ ଦେଲେ ରାଜ୍ୟପାଳ ଗଣେଶୀ ଲାଲ ।

2-ଥାନା ସମ୍ମୁଖରେ ଧସ୍ତାଧସ୍ତି ହେଲେ ପୋଲିସ ଓ ବିଜେପି କର୍ମୀ

ଟାଉନ ଥାନା ସମ୍ମୁଖରେରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି। ବିଜେପି କାର୍ଯ୍ୟକର୍ତ୍ତା ମାନେ ଟାଉନ ଥାନା ମୁଖ୍ୟ ଗେଟକୁ ବଳ ପୂର୍ବକ ଖୋଲି ଦେଇଥିଲେ। ଫଳରେ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା।

3-ଆସନ୍ତାକାଲି ହେବ ନୂଆ ବସ ଟର୍ମିନାଲର ଶିଳାନ୍ୟାସ, ଆଜି ସ୍ଥିତି ସମୀକ୍ଷା

ଖାନନଗରରେ ଶିଳାନ୍ୟାସ ହେବ ନୂଆ ବସ ଟର୍ମିନାଲ । ଖୋଦ ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରି ଏହି ବଡ଼ କାମର ଶୁଭ ଦେବେ । ଏନେଇ ଆଜିଠୁ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ରହିଛି ।

4-ସପ୍ତାହକ ଭିତରେ ପୁଣି ଆସିବ କୋଭାକ୍ସିନ

ସପ୍ତାହକ ଭିତରେ ପୁଣି ଆସିବ କୋଭାକ୍ସିନ । ଦ୍ବିତୀୟ ପର୍ଯ୍ୟାୟରେ ଆସିବ 1 ଲକ୍ଷ 49 ହଜାର 760 ଡୋଜ । ଭୁବନେଶ୍ବରରେ କେବଳ ଦିଆଯାଉଛି କୋଭାକ୍ସିନ । ସିଏଚସି ଓ ପିଏଚସି ଗୁଡିକରେ ହେବ 3 ଦିନିଆ ଟୀକାକରଣ ।

5-ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ବାଛୁରୀ ଓ 5 ଗୋରୁ ଗୁରୁତର

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଓ ନିଆଁରେ ପୋଡିହୋଇ ବାଛୁରୀ ଜୀବନ୍ତ ଦଗ୍ଧ । ଏଥିସହ ୫ଟି ଗୋରୁ ଗୁରୁତର । ଏପରି ଅଘଟଣ ଘଟିଛି କାମାକ୍ଷାନଗର ଉପଖଣ୍ଡର କାନ୍ତିକାଟେଣି ଗ୍ରାମରେ ।

6-ଗାଁ ଭିତରୁ ପଶି ଆସିଲା ଭାଲୁ, ଆତଙ୍କିତ ଲୋକେ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଲଦୀଯୋଡି ଗ୍ରାମରେ ଭାଲୁ ଆତଙ୍କ ।

7-କୋରୋନା ଟିକା ନେଲେ ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ

କୋରୋନା ଟିକା ନେଲେ ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ । ଭାରତ ବାୟୋଟେକରେ କୋଭାକ୍ସିନ ଟିକା ନେଇଛନ୍ତି ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ସି.ବିଜୟଭାସ୍କର ।

8-କାନଭାସରେ ଜୀବନ୍ତ ଅଦିତିଙ୍କ କଳାକୃତି, ଜିତିଲେ ଅସଂଖ୍ୟ ହୃଦୟ

ରାଜସ୍ଥାନ ଅଜମେର ଜିଲ୍ଲାର ଶିଶୁ ଚିତ୍ରକାର ଅଦିତି ନିଖୁଣ କାନଭାସ ଚିତ୍ର ଅଙ୍କନ କରି ବହୁ ଲୋକଙ୍କ ହୃଦୟ ଜିତୁଥିବା ଦେଖିବାକୁ ମିଳିଛି ।

9-ଆଇପିଏଲ ପାଇଁ 6 ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

ଓଡିଆ କ୍ରିକେଟର ଓ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏଥର ଆଇପିଏଲରେ ଚମକିବେ ଓଡ଼ିଆ ଖେଳାଳି । ଆଇପିଏଲ ପାଇଁ 6 ଜଣ ଖେଳାଳିଙ୍କ ନାମ ସୁପାରିଶ କରିଛି ଓସିଏ ।

10-ସୁଶାନ୍ତଙ୍କ ନାଁରେ ନାମିତ ହେବ ଦକ୍ଷିଣ ଦିଲ୍ଲୀର ଏକ ରାସ୍ତା

ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ରିୟୁ ଗଞ୍ଜରେ ଏକ ରାସ୍ତାର ଖୁବ୍ ଶୀଘ୍ର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ନାମିତ ହେବ। ଅଭିନେତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଅଭିନେତାଙ୍କୁ ମନେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ।

ABOUT THE AUTHOR

...view details