ଓଡିଶା

odisha

ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Sep 27, 2020, 12:59 PM IST

1-କମୁନି କୋରୋନା: ଆଜି ପୁଣି ରାଜ୍ୟରୁ 3922 ନୂତନ କୋରୋନା ଚିହ୍ନଟ

ରାଜ୍ୟରେ କୋରୋନା ସଂକ୍ରମଣରେ ବ୍ରେକ ଲାଗୁନାହିଁ । ଆଜି ପୁଣି ରାଜ୍ୟରୁ ଚିହ୍ନଟ ହେଲେ 3922 ନୂତନ କୋରୋନା ଆକ୍ରାନ୍ତ । ଖୋର୍ଦ୍ଧା ପରେ ଏବେ କଟକରେ ମାଡୁଛି କୋରୋନା ଚେର ।

2-ରାଜ୍ୟରୁ ଦିନକରେ କୋରୋନା ନେଲା 14 ଜୀବନ

ଗୋଟିଏ ଦିନରେ 14 ଜୀବନ ନେଲା କିଲର ଭାଇରସ । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ଛୁଇଁଲା 797 ।

3-ମନ କି ବାତ୍: କୃଷକଙ୍କ ଶକ୍ତିରେ ନିର୍ମାଣ ହେବ ଆତ୍ମନିର୍ଭରଶୀଳ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଦେଶର ଲୋକଙ୍କୁ ସମ୍ବୋଧିତ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି । ଚଳିତ ଥର ସେ କୃଷକଙ୍କ ପ୍ରସଙ୍ଗ ଆଲୋଚନା କରିଛନ୍ତି ।

4-ବିଶ୍ୱ ପର୍ଯ୍ୟଟନ ଦିବସରେ ଶୁଭାରମ୍ଭ ହେଲା 'ଓଡିଶା ବାଇ ରୋଡ' କ୍ୟାମ୍ପେନ

ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ 'ଓଡ଼ିଶା ବାଇ ରୋଡ' ସହ ଓଡ଼ିଶା ପର୍ଯ୍ୟଟନ ନିଗମ 'ବଣଭୋଜି' ନାମରେ ଏକ ପର୍ଯ୍ୟଟନ ପ୍ୟାକେଜ ବ୍ୟବସ୍ଥା ଆରମ୍ଭ କରିଛି।

5-ବିଶ୍ବ ପର୍ଯ୍ୟଟନ ଦିବସ: କୋଭିଡ ନିୟମ ମାନି ଭ୍ରମଣ ପାଇଁ ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା

ଆଜି ସାରା ବିଶ୍ବ ୱାର୍ଲ୍ଡ ଟୁରିଜିମ ଡେ ପାଳନ କରୁଛି । ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଉଛି ।

6-ବଲିଉଡ ଡ୍ରଗ୍ସ ଲିଙ୍କରେ 18 ରୁ ଉର୍ଦ୍ଧ୍ବ ଗିରଫ: ଏନସିବି

ବଲିଉଡ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) 18 ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଟଙ୍କା ଟ୍ରେଲର ଯାଞ୍ଚ କରୁଥିବା ଇଡିରୁ ସରକାରୀ ଯୋଗାଯୋଗ ପାଇବା ପରେ ଏନସିବି ଡ୍ରଗ୍ସ ମାମଲାର ତଦନ୍ତ ଆରମ୍ଭ କରିଥିଲା।

7-ରାମ ଜନ୍ମଭୂମି ପରେ ମଥୁରା କୋର୍ଟରେ ପହଞ୍ଚିଲା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା

ମଥୁରା କୋର୍ଟରେ କୃଷ୍ଣ ଜନ୍ମଭୂମି ମାଲିକାନା ମାମଲା । ଶ୍ରୀକୃଷ୍ଣ ମନ୍ଦିରକୁ ଲାଗି ରହିଥିବା ସାହି ଇଦ୍‌ଗାହ ମସଜିଦର ଉଚ୍ଛେଦ ଦାବି କରି ପ୍ରଭୁ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଏକ ମାମଲା ମଥୁରା କୋର୍ଟରେ ଦାଏର ହୋଇଛି।

8-କୋଭିଡ ଟିକା ରଣନୀତି ପ୍ରସ୍ତୁତ କରିବାକୁ ରାହୁଲ ଗାନ୍ଧୀଙ୍କ ଦାବି

ଭାରତରେ କୋରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ସରକାର ଗ୍ରହଣ କରିଥିବା ରଣନୀତି ଉପରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଟ୍ବିଟରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥଟ୍ଟା ମଧ୍ୟ କରିଛନ୍ତି ।

9-ଦୀର୍ଘ 28 ବର୍ଷ ପରେ ଅଯୋଧ୍ୟା ବିବାଦୀୟ ଢାଞ୍ଚାର ରାୟ ଶୁଣାଇବେ ସୁପ୍ରିମକୋର୍ଟ

ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭାଙ୍ଗିବାର 28 ବର୍ଷ ପରେ ଆସନ୍ତା ସପ୍ତାହରେ ଅର୍ଥାତ୍ 30 ସେପ୍ଟେମ୍ବର ସୁଦ୍ଧା ବିବାଦୀୟ ଢାଞ୍ଚା ଭାଙ୍ଗିବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ କରିବେ ।

10-ଦେଶରେ ସରିଛି 7,12,57,836 କୋରୋନା ଟେଷ୍ଟ: ICMR

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, 24 ଘଣ୍ଟାରେ ଦେଶରେ ଥିବା ବିଭିନ୍ନ ଲ୍ୟାବରେ 9 ଲକ୍ଷ 87 ହଜାର 861ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 7 କୋଟି 12 ଲକ୍ଷ 57 ହଜାର 836 ନମୂନା ପରୀକ୍ଷା ସରିଛି ।

ABOUT THE AUTHOR

...view details