ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 14, 2020, 12:59 PM IST

1.ରାଜ୍ୟରେ ବେକାବୁ କୋରୋନା, 24 ଘଣ୍ଟାରେ ପୁଣି ସର୍ବାଧିକ 4198 ଆକ୍ରାନ୍ତ

ଗୋଟିଏ ଦିନରେ ଚିହ୍ନଟ ହେଲା ସର୍ବାଧିକ 4198 ସଂକ୍ରମିତ ମାମଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି..

2.ରାଜ୍ୟରେ ପୁଣି କୋରୋନା ନେଲା 11 ଜୀବନ, ମୃତ୍ୟୁ ସଂଖ୍ୟା 637

ରାଜ୍ୟରେ ପୁଣି 11 ମୁଣ୍ଡ ନେଲା ଏହି ଭାଇରସ। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା 637ରେ ପହଁଞ୍ଚିଛି..

3.ଇତିହାସରେ ପ୍ରଥମ, ଆସନରେ ବସିକି ନିଜ ବାର୍ତ୍ତା ରଖୁଛନ୍ତି ସାଂସଦ

ମୌସୁମୀ ଅଧିବେଶନରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଇତିହାସରେ ପ୍ରଥମ ଥର ପାଇଁ ସାଂସଦମାନେ ଲୋକସଭାରେ ବସିକି ନିଜର ବକ୍ତବ୍ୟ ଦେଉଛନ୍ତି..

4.ସଂସଦରେ ଚୀନ ପ୍ରସଙ୍ଗ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ: ସୁବ୍ରମଣ୍ୟମ ସ୍ବାମୀ

ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଟ୍ବିଟ୍ କରି ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି। ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ଚୀନ ପ୍ରସଙ୍ଗ ସ୍ପଷ୍ଟ କରିଦେବା ଉଚିତ୍ ବୋଲି ସେ କହିଛନ୍ତି..

5.ମୌସୁମୀ ଅଧିବେଶନ: କଳାହାଣ୍ଡି ଓ ନୂଆପଡାରେ BSNL ଟାୱାର ଦାବି

ଶୂନ୍ୟକାଳରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଭାଗ ନେଇ କଳାହାଣ୍ଡି ଓ ନୂଆପଡାର କିଛି ଅଞ୍ଚଳରେ ବିଏସଏନଏଲ ଟାୱାର କରିବାକୁ ଦାବି କରିଛନ୍ତି..

6.ସଂସଦରେ ଉଠିଲା ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌

ଆଜିଠୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଉଠିଲା ନିଶା ପ୍ରସଙ୍ଗ । ବିଜେପି ସାଂସଦ ରବି କିଶାନ ଏହି ପ୍ରସଙ୍ଗ ଉଠାଇବା ସହ କିପରି ବଲିଉଡରେ ଡ୍ରଗ୍ସର ଚେର ଲମ୍ବିଛି ତାହା ଦର୍ଶାଇଛନ୍ତି..

7.୨୦୨୧ ଶେଷ ସୁଦ୍ଧା ସ୍ଵାଭାବିକ ହେବନି ଜୀବନଯାତ୍ରା: କୋରୋନା ବିଶେଷଜ୍ଞ

ଆମେରିକାର ପ୍ରଖ୍ୟାତ କୋରୋନା ଭାଇରସ ବିଶେଷଜ୍ଞ ଡ.ଆନ୍ଥୋନୀ ଫାଉଚି କହିଛନ୍ତି ଯେ, ୨୦୨୧ ଶେଷ ସୁଦ୍ଧା ମଧ୍ୟ ଜୀବନ ସ୍ଵାଭାବିକ ହେବାର ଆଶା କମ ରହିଛି..

8.ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର

ସୋମବାର ସକାଳୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି..

9.ପ୍ରାରମ୍ଭରୁ ସେନସେକ୍ସ 264 ପଏଣ୍ଟ, ନିଫ୍ଟି 11,500

ସବୁଜ ସଙ୍କେତରେ ଖୋଲିଲା ବଜାର। ବିଶ୍ୱସ୍ତରୀୟ ସୂତ୍ର ଏବଂ ତାଜା ବିଦେଶୀ ପାଣ୍ଠି ପ୍ରବାହ ମଧ୍ୟରେ କାରବାର ଭଲ ହୋଇଛି..

10.ଆଇପିଏଲ 2020: କେକେଆରରେ ପୁଣି ଯୋଡି ହେଲେ ପ୍ରବୀଣ ତାମ୍ବେ

ଏବେ କ୍ରିକେଟର ଭାବରେ ନୁହେଁ କୋଚିଂ ଷ୍ଟାଫ ଭାବେ କେକେଆର ଟିମ ସହ ଯୋଡି ହେବେ..

ABOUT THE AUTHOR

...view details