ଓଡିଶା

odisha

TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 20, 2020, 1:00 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ରାଜ୍ୟରେ ବଢିଚାଲିଛି ସଂକ୍ରମଣ, 18ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ 18ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି 673 ପଜିଟିଭ ଚିହ୍ନଟ ହୋଇଥିବାବେଳେ 446ଟି କେସ କ୍ବାରେଣ୍ଟାଇନ ସେଣ୍ଟରରୁ ଓ 227ଟି ଲୋକାଲ କେସ ରହିଛି ।

2. କୋରୋନା ଗଡାଇଲା ଆଉ 6 ମୁଣ୍ଡ, ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି

ରାଜ୍ୟରେ କୋରୋନା ନେଲା ଆଉ 6 ମୁଣ୍ଡ । ଗଞ୍ଜାମରୁ 4, ଗଜପତିରୁ 1 ଓ ନୟାଗଡରୁ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ କୋରୋନା ପଜିଟିଭ୍ ସଂଖ୍ୟା ୧୮ ହଜାର 110କୁ ବୃଦ୍ଧି ପାଇଛି ।

3. ପ୍ରଥମ ଥର ଦେଶରେ 2.5 ପ୍ରତିଶତ ତଳକୁ ଖସିଲା କୋରୋନା ମୃତ୍ୟୁହାର

ପ୍ରଥମ ଥର ଦେଶରେ କୋରୋନା ମୃତ୍ୟୁ ହାର 2.5 ପ୍ରତିଶତରୁ ତଳକୁ ଖସିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

4. ପୁଣି ବଢିଲା ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କ'ଣ ରହିଛି ଦର...

ସୋମବାର ପୁଣି ବୃଦ୍ଧି ପାଇଛି ଡିଜେଲ ଦର । ଲଗାତାର ଭାବେ ଏହି ଦରରେ ବୃଦ୍ଧି କାରଣରୁ ଆବଶ୍ୟକୀୟ ସାମଗ୍ରୀର ଦରରେ ମଧ୍ୟ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

5. ବନ୍ୟାରେ ଭାସୁଛି ଆସାମ: ସ୍ଥିତି ଅଣାୟତ୍ତ, ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି

ଆସାମରେ ବନ୍ଯା ପରିସ୍ଥିତି ସଙ୍ଗୀନ । ମୃତ୍ୟୁ ସଂଖ୍ୟା 110କୁ ବୃଦ୍ଧି । 24 ଜିଲ୍ଲାର 26 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ । 1,12,138.99 ହେକ୍ଟର ଫସଲ ନଷ୍ଟ । ଅଧିକ ପଢନ୍ତୁ....

6. ରାଜସ୍ଥାନ ଘୋଡାବେପାରର ଅଡିଓ ଟେପ୍‌ ମାମଲା: କେନ୍ଦ୍ରମନ୍ତ୍ରୀଙ୍କୁ ଏସଓଜିର ନୋଟିସ

ରାଜସ୍ଥାନ ଘୋଡାବେପାରର ଅଡିଓ ଟେପ୍‌ ମାମଲାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଏସଓଜିର ନୋଟିସ । ଭଏସ ସାମ୍ପଲ ନେବା ପାଇଁ ନୋଟିସ ପଠାଇଲା ଏସଓଜି ।

7. ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ 250 ଅତିଥି

ଆସନ୍ତା ମାସ ଅଗଷ୍ଟ 5 ତାରିଖରେ ଉତ୍ତରପ୍ରଦେଶ ଅଯୋଦ୍ଧାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ଅତିଥି ଯୋଗଦେବେ ବୋଲି ଖବର ମିଳିଛି।

8 .ଭୂତ ଝାଡିବା ଆଳରେ ମହିଳାଙ୍କୁ ନିସ୍ତୁକ ମାଡ ସହ ଖୁଆଇଲେ ଘୁଷୁରୀ ବିଷ୍ଠା

ମାଲକାନଗିରିରେ ପୁଣି ଅନ୍ଧବିଶ୍ବାସର ଅନ୍ଧକାର । ଭୂତ ଲାଗିଛି କହି ମହିଳାଙ୍କୁ ମାଡ଼ ମାରିବା ସହ ଘୁଷୁରୀ ବିଷ୍ଠା ଖୁଆଇଲା ଗୁଣିଆ..

9. 'କ୍ଷମତାକୁ ଆସିବା ପାଇଁ ମୋଦି ଗୋଟିଏ ନକଲି ମଜବୁତ ପ୍ରତିଛବି ତିଆରି କରିଛନ୍ତି'

ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପାଇଁ ଏକ ନକଲି ଶକ୍ତିଶାଳୀ ନେତାର ପ୍ରତିଛବି ତିଆରି କରିଥିଲେ। ଏହା ତାଙ୍କର ସବୁଠାରୁ ବଡ ଶକ୍ତି ଥିଲା। କିନ୍ତୁ ଏହା ବର୍ତ୍ତମାନ ଭାରତର ସବୁଠାରୁ ବଡ ଦୁର୍ବଳତା ପାଲଟିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

10. ବାଲୁଚିସ୍ତାନରେ ବଢୁଛି ପାକିସ୍ତାନର ଅତ୍ୟାଚାର, ଲଣ୍ଡନରେ ଶୁଭିଲା ପାକ୍‌ ବିରୋଧୀ ନାରା

ବାଲୁଚିସ୍ତାନର ମହିଳା ଏବଂ ଶିଶୁ ମାନଙ୍କୁ ହତ୍ୟା କରୁଛନ୍ତି ପାକିସ୍ତାନୀ ସାମରିକ ବାହିନୀ । ତେବେ ଏହାକୁ ବିରୋଧ କରି ବ୍ରାମଶ ଏକତା କମିଟି ଦ୍ୱାରା ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

ABOUT THE AUTHOR

...view details