ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM

By

Published : Dec 28, 2020, 11:03 AM IST

1-ଦେଶରେ 24 ଘଣ୍ଟାରେ 20,021 ସଂକ୍ରମଣ, କମୁଛି ମୃତ୍ୟୁ ସଂଖ୍ୟା
ସଚେତନତା ଓ ଜାଗ୍ରତା ହେତୁ ଦେଶରେ ସୁଧୁରୁଛି କେରୋନା ସ୍ଥିତି। ଦୈନିକ ସଂକ୍ରମଣରେ ଦ୍ବିତିୟ ସ୍ଥାନରେ ଥିବା ଭାରତରେ ହ୍ରାସ ପାଉଛି ସଂକ୍ରମଣ।

2-କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ, ରାଜ୍ୟ କାର୍ଯ୍ୟାଳୟରେ ବିଶେଷ କାର୍ଯ୍ୟକ୍ରମ

ଆଜି ଭାରତୀୟ ଜାତୀୟ କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ । ଅନ୍ୟପଟେ 100 ବର୍ଷରେ ପଦାର୍ପଣ କଲା ଓଡିଶା କଂଗ୍ରେସ ।

3-100ତମ କିଷାନ ରେଳ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରରରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ 100ତମ କଷାନ ରେଳ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

4-ତିନି ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଭାରତୀୟ ସେନା ମୁଖ୍ୟ

ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କ ତିନି ଦିନିଆ ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି ।

5-ଗାଡି ଚାଳକଙ୍କୁ ଆଶ୍ବସ୍ତି, ମାର୍ଚ୍ଚ 31 ଯାଏ ବଢିଲା କାଗଡପତ୍ରର ବୈଧତା

ଡ୍ରାଇଭିଂ ଲାଇସେନ୍ସ,ଗାଡି ପଞ୍ଜିକରଣ ଏବଂ ଫିଟନେସ ସାର୍ଟିଫିକେଟ ଭଳି ଗୁରୁତ୍ତ୍ବପୂର୍ଣ୍ଣ କାଗଜପତ୍ର ଗୁଡିକର ବୈଧତାକୁ 2021 ମାର୍ଚ୍ଚ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

6-‘ଗୋ କୋରୋନା ଗୋ’ ସ୍ଲୋଗାନ ପରେ ଏବେ ‘ନୋ କୋରୋନା କୋରୋନା ନୋ’

କୋରୋନାର ନୂଆ ରୂପକୁ ନେଇ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେଙ୍କ ନୂଆ ସ୍ଲୋଗାନ ‘‘ନୋ କୋରୋନା, କୋରୋନା ନୋ’’।

7-ଅଟଳ ଟନେଲର ରେକର୍ଡ, ରବିବାର ଗଲା 5,450 ଯାନ

ଟନେଲର ଉଦଘାଟନ ପରଠାରୁ ଏହା ଟନେଲ ଦେଇ ଯାଇଥିବା ସର୍ବାଧିକ ସଂଖ୍ୟକ ଯାନ ଅଟେ ।

8-ଏଫଆଇଆର ଗ୍ରହଣ ନକରିବା ପଡିଲା ମହଙ୍ଗା; ଥାନା ଓ ରାସ୍ତା ସଫା କରିବେ ପୋଲିସ ଅଧିକାରୀ

ଏଫଆଇଆର ଗ୍ରହଣ ନକରିବାରୁ ଥାନା ଏସଏଚଓଙ୍କୁ ଥାନା ଓ ପାଖ ରାସ୍ତାକୁ ସଫା କରିବାର ଦଣ୍ଡ ଦେଲେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ।

9-‘ଭୂମି ଅଧିଗ୍ରହଣ ବିଳମ୍ବ ଯୋଗୁଁ ଅଟକିଛି ବୁଲେଟ ଟ୍ରେନ ପ୍ରକଳ୍ପ ’

ମହାରାଷ୍ଟ୍ରରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଯଦି ଡେରି ହୁଏ ତେବେ ପ୍ରଥମ ଚରଣରେ ଅହମ୍ମଦାବାଦ ଠାରୁ ବାପୀ (ଗୁଜୁରାଟ) ମଧ୍ୟରେ ବୁଲେଟ ଟ୍ରେନ ଚାଲିବ।

10-ଆରପାରିରେ ସିନେମାଟୋଗ୍ରାଫର ଈଶ୍ବର

ସଲମାନ ଓ ଆମୀରଙ୍କ ଚର୍ଚ୍ଚିତ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ରେ ସିନେମାଟ୍ରୋଗ୍ରାଫି କରିଥିବା ଈଶ୍ବରଙ୍କ ଦେହାନ୍ତ ।

ABOUT THE AUTHOR

...view details