ଓଡିଶା

odisha

ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@ 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 18, 2020, 12:03 PM IST

1.ଘରେ ଶୋଇଥିବାବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଜଟଣୀ ଥାନା ତରାବୋଇରେ ଅଘଟଣ । ଘରେ ଶୋଇଥିବାବେଳେ ବାହାରୁ କବାଟ ଦେଇ ନିଆଁ ଲଗେଇଦେଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଦେଲେ ।

2.ଦେଶରେ 61,871 କୋରୋନା ପଜେଟିଭ ଚିହ୍ନ, 1033 ଆକ୍ରାନ୍ତ ମୃତ

ସାରା ଦେଶରେ ଆଉ 61,871 କୋରୋନା ପଜିଟିଭ ଚିହ୍ନଟ । ଗତ 24 ଘଣ୍ଟାରେ 1033 ଜଣ କୋରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

3.ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୧ ଲକ୍ଷକୁ ବୃଦ୍ଧି

ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟିରୁ ଅଧିକ ହୋଇଛି । ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୧୪ ହଜାର ୫୪୭କୁ ବୃଦ୍ଧି । ଅଧିକ ପଢନ୍ତୁ...

4.ଟ୍ରାଫିକ ପୋଲିସଙ୍କ ମହାନତା, ଝାଡୁରେ ସଫା କଲେ ରାଜରାସ୍ତା

ଟ୍ରାଫିକ କର୍ମଚାରୀ ଲଳିତ ରାଉତ ଦୁର୍ଘଟଣା ପ୍ରବଣ ଶିଖରପୁର ଛକ ରାସ୍ତାକୁ ଝାଡୁ ଧରି, ବାଲି ଓ ଚିପ୍ସ ସଫା କରିଛନ୍ତି ।

5.ଶ୍ରୀମନ୍ଦିର ଦ୍ୱାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତି

ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ସକାଳୁ ସକାଳୁ ଶ୍ରୀମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ପରେ ପୂଜା ପଣ୍ଡାଙ୍କ ଦ୍ବାରା ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି ।

6.ନଦୀଜଳରେ ଭାସି ଯାଉଥିବା ଯୁବକଙ୍କୁ ଉଦ୍ଧାର କରିବା ଘଟଣା: 2 ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଋଷିକୁଲ୍ୟା ବନ୍ୟାଜଳରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଘଟଣାରେ 2 ଜଣ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ସମ୍ବୋଧିତ କରାଯାଉଛି । ଶନିବାର ଫାୟାର ବିଭାଗର ଡିଜି ସତ୍ୟଜିତ ମହାନ୍ତି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

7.ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ହାଇକୋର୍ଟ ଯିବାକୁ ରାଜନୈତିକ ଦଳଙ୍କ ସଜବାଜ

ରାଜ ଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ 11 ଦିନ ବିତିଥିଲେ ମଧ୍ୟ, କମିଶନରଙ୍କ ପାଖରେ ନାହିଁ କୌଣସି ତଥ୍ୟ । ଯାହାକୁ ନେଇ ଜୁଡିସିଆଲ ତଦନ୍ତ ଦାବି କରିଛି ସିପିଆଇଏମଏଲ ।

8.ମାଡି ଆସୁଛି ଆଉ ଏକ ଲଘୁଚାପ, 19ରୁ ପ୍ରବଳ ବର୍ଷା !

19ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । 20 ସୁଦ୍ଧା ଏହା ଘନୀଭୂତ ହୋଇ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

9.ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ ପକ୍ରିୟା, ତିର୍ତ୍ତୋଲ ପାଇଁ ନାମାଙ୍କନ ଭରିଲେ 9 ପ୍ରାର୍ଥୀ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସଂରକ୍ଷିତ ଆସନ ପାଇଁ ଆସନ୍ତା ନଭେମ୍ବର 3 ତାରିଖରେ ହେବାକୁ ଥିବା ଉପନିର୍ବାଚନର ଶୁକ୍ରବାର ପ୍ରାର୍ଥୀ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି।

10.ପୁଣି କୃତ୍ରିମବନ୍ୟାରେ ଉବୁଟୁବୁ ହାଇଦ୍ରାବାଦ

ଲଗାଣ ବର୍ଷା କାରଣରୁ ସହରର ଜନବହୁଳ ସ୍ଥାନ ଏଲବି ନଗର, ମନସୁରାବାଦ, ନାଗୋଲ, ବନସ୍ଥଳୀପୁରମ, ବି ଏନ ରେଡ୍ଡି ନଗର, ହାୟାତ ନଗର ପ୍ରମୁଖ ଜଳମଗ୍ନ ହୋଇଯାଇଛି ।

ABOUT THE AUTHOR

...view details