ଓଡିଶା

odisha

ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @11AM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @11AM
TOP NEWS @11AM

By

Published : Aug 31, 2020, 11:02 AM IST

1-ଗୋଟିଏ ଦିନରେ ଦେଶରେ 78,512 ପଜିଟିଭ ରିପୋର୍ଟ, 971 ମୃତ

ଭାରତରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ସଂଖ୍ୟା ତୁଳନାରେ ମୃତ୍ୟୁ ଦର କମ ରହିଛି । ସେହିପରି ଆକ୍ଟିଭ କେସ ଠାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ 3 ଗୁଣା ଅଧିକ ରହିଛି । ସମ୍ପୂର୍ଣ୍ଣ ପଢନ୍ତୁ...

2-ମେଡିକାଲରୁ ସୁସ୍ଥ ହୋଇ ଫେରିଲେ ଅମିତ୍‌ ଶାହା

ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଆମିତ୍ ଶାହା ସୁସ୍ଥ ହୋଇ ଦିଲ୍ଲୀ ଏମ୍ସ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

3-ପାରଳା ରାଜବଂଶର ପ୍ରଥମ ରାଜଜେମା କଷିଲେ ଅଙ୍କ

ରାଜବଂଶୀୟଙ୍କ ପ୍ରମୁଖ ପର୍ବ ଅଙ୍କ ଉତ୍ସବ ନିରାଡମ୍ବରରେ ପାଳନ ହୋଇଯାଇଛି । ପାରଳା ଇତିହାସରେ ପ୍ରଥମ ଥର କୌଣସି ରାଜଜେମା ଶାସନର ପ୍ରଥମ ବର୍ଷର ଅଙ୍କ କଷିଛନ୍ତି । ଗଙ୍ଗବଂଶର ଦାୟାଦ ଏହି ରାଜବଂଶୀୟ ମାନେ ୧୫୬୬ ରୁ ଏହି ଅଙ୍କ ପର୍ବ ପାଳନ କରିଆସୁଛନ୍ତି।

4-ପୁରୀରେ ବନ୍ୟା ସ୍ଥିତି, 5 ବ୍ଲକ ପ୍ରଭାବିତ

ପୁରୀ ଜିଲ୍ଲାରେ ବନ୍ୟା ପରିସ୍ଥିତି । 5 ବ୍ଲକ ପ୍ରଭାବିତ । 780ରୁ ଅଧିକ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତରିତ । ଉଦ୍ଧାର କାର୍ଯ୍ୟରେ 3 ଟି ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ ସହ 5 ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ...

5-ଏମିତି ବି ଆସେ ମୃତ୍ୟୁ, ଖେଳୁଖେଳୁ ଚାଲିଗଲା ନାବାଳକର ଜୀବନ

ଅନୁଗୋଳର ପାଳଲହଡାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳକ ଖେଳୁଥିବା ସମୟରେ ଟିଣ ଆଜବେଷ୍ଟରେ ବେକ କଟି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

6-ଆଜି କେରଳର ପ୍ରମୁଖ ପର୍ବ ଓନମ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କେରଳବାସୀଙ୍କ ପ୍ରମୁଖ ପର୍ବ ଓନମ ର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

7-ମୁଣ୍ଡଳୀରେ ପ୍ରବାହିତ ହେଉଛି 10 ଲକ୍ଷ 26 ହଜାର କ୍ୟୁସେକ ବନ୍ୟା ଜଳ

ହୀରାକୁଦ ଡ୍ୟାମରୁ ପାଣି ଛାଡିବା ପରେ ମୁଣ୍ଡଳୀରେ ବଢୁଛି ଜଳସ୍ତର । ଆଜି ସକାଳ 9ଟା ସୁଦ୍ଧା 10 ଲକ୍ଷରୁ ଅଧିକ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଅଧିକ ପଢନ୍ତୁ...

8-ଆଜି ଦିଲ୍ଲୀ ହାଇକୋର୍ଟରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମାମଲାର ଶୁଣାଣି

ଆଜି ଦିଲ୍ଲୀ ହାଇକୋର୍ଟରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନିର୍ବାଚନ ସମ୍ପର୍କିତ ଯାଚିକାର ହେବ ଶୁଣାଣି । ପରାଜିତ ପ୍ରାର୍ଥୀ ତଥା ବିଜେପି ଡ.ଏସସି ଭଟ୍ସ କୋର୍ଟରେ ଯାଚିକା ଦାଏର କରିଥିଲେ ।

9-ବନ୍ଧୁଙ୍କ ପାଇଁ କେକ୍ ତିଆରି କଲେ ବିଲ ଗେଟ୍ସ

ଦୁନିଆରେ ବନ୍ଧୁତ୍ବଠାରୁ ବଡ ସମ୍ପର୍କ ଆଉ କିଛି ନାହିଁ । ବନ୍ଧୁତା ଏକ ଏପରି ସମ୍ପର୍କ ଯେଉଁଥିରେ କୌଣସି ସୀମା ନଥାଏ । ଗୋଟିଏ ଉତ୍ତମ ବନ୍ଧୁ ଜୀବନକୁ ସାର୍ଥକ କରିଥାଏ । ଯାହାର ଉଦାହରଣ ଦେଇଛନ୍ତି ମାଇକ୍ରୋସପ୍ଟ ସହ ପ୍ରତିଷ୍ଠାତା ବିଲ ଗେଟ୍ସ ।

10-ଲଦାଖ ପରେ ଉତ୍ତରପୂର୍ବାଞ୍ଚଳ ଉପରେ ଚୀନର ଆଖି, ସରକାରଙ୍କୁ ଚେତାଇଲା କଂଗ୍ରେସ

ଲଦାଖ ପରେ ଉତ୍ତରପୂର୍ବାଞ୍ଚଳରେ ଚୀନର ଆଖି । ସାଟେଲାଇଟ ଚିତ୍ରରୁ ଚୀନ ନିର୍ମାଣ କାମ ତ୍ବରାନ୍ବିତ କରୁଥିବା ସୂଚନା ଦେଇ ସରକାରଙ୍କୁ ଚେତାଇଲା କଂଗ୍ରେସ । ଅଧିକ ପଢନ୍ତୁ...

ABOUT THE AUTHOR

...view details