1-ଦେଶରେ କୋରୋନା କାୟା: ଦିନକରେ 37,724 ଆକ୍ରାନ୍ତ ଚିହ୍ନଟ, 648 ମୃତ
ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ 37,724 ଜଣ ଆକ୍ରାନ୍ତ ଚିହ୍ନଟ । 648 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11,92,915 କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା 28,732ରେ ପହଞ୍ଚିଛି । ତେବେ 7,53,050 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,11,133 ଟି ସକ୍ରିୟ ମାମଲା ରହିଛି ।
2-ରାଜସ୍ଥାନ ରାଜନୀତି ରଣ: ସୁପ୍ରିମକୋର୍ଟ ଯିବେ ବାଚସ୍ପତି
ବାଚସ୍ପତିଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟ ଯିବେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀ । ସୁପ୍ରିମ୍କୋର୍ଟରେ ଦାଖଲ କରିବେ ଏସଏଲପି ।
3-ସେପ୍ଟେମ୍ବର 5ରେ ସ୍କୁଲ ଖୋଲିବାକୁ ଆନ୍ଧ୍ର ସରକାରଙ୍କ ଯୋଜନା
ଆନ୍ଧ୍ର ସରକାର ସେପ୍ଟେମ୍ବର 5 ତାରିଖ ସ୍କୁଲ ଖୋଲିବା ପାଇଁ ଧାର୍ଯ୍ୟ କରିଥିବାବେଳେ ପ୍ରକୃତ ପରିସ୍ଥିତିକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାସହ ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ବିଦ୍ୟାଳୟରେ ପ୍ରାକ୍-ପ୍ରାଥମିକ ଶିକ୍ଷା (LKG ଏବଂ UKG) ପ୍ରଚଳନ କରାଯିବ।
4-ଦିଲ୍ଲୀ ପରେ ଏବେ ଝାଡଖଣ୍ଡ ପାଳି, ବର୍ଷେ ଯାଏଁ ତମାଖୁ ବ୍ୟାନ
ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ । ଆସନ୍ତା ବର୍ଷ ଜୁଲାଇ 25 ଯାଏଁ ରାଜ୍ୟରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ,ସଂରକ୍ଷଣ ଉପରେ କଟକଣା ଲଗାଇଲେ ଝାଡଖଣ୍ତ ସରକାର ।
5-ରୋଗୀକୁ ବିଷ ଇଞ୍ଜେକ୍ସନ ଦେବାକୁ ଡାକ୍ତର ବେଶରେ ଆସିଲେ ଦୁର୍ବୃତ୍ତ, ଆଉ ତା ପରେ...
ଡାକ୍ତର ବେଶରେ ଆଇସିୟୁରେ ଫିଲ୍ମ ଷ୍ଟାଇଲରେ କଲେ ଏଣ୍ଟ୍ରି । ରୋଗୀକୁ ବିଷ ଇଞ୍ଜେକ୍ସନ ଦେବା ପାଇଁ ଆସିଥିଲେ ଦୁର୍ବୃତ୍ତ ।