ଓଡିଶା

odisha

ETV Bharat / bharat

TOP NEWS@11AM:ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11 AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Sep 5, 2020, 10:59 AM IST

1-ପୂର୍ବତନ ତିର୍ତ୍ତୋଲ ବିଧାୟକଙ୍କ ପରଲୋକ

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ରବିନ୍ଦ୍ରନାଥ ଭୋଇଙ୍କ ଦେହାନ୍ତ ।

2-ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରଟ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ; 7 ମୃତ, 7 ଆହତ

ଛତିଶଗଡ ରାୟପୁରର ଚେରି ଖେଡି ନିକଟରେ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ 7 ଜଣଙ୍କ ଜୀବନ ଯାଇଛି । ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏହି ବସ ସୁରଟ ଅଭିମୁଖେ ଗସ୍ତ କରୁଥିଲା ।

3-ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଉ ରାଜ୍ୟ

ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ।

4-ଗୁରୁଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଆଜି ଦେଶବ୍ୟାପୀ ପାଳନ ହେଉଛି ଗୁରୁଦିବସ। ଏହି ଅବସରରେ ଶିକ୍ଷକଙ୍କୁ ସମ୍ମାନ ଜଣାଇବା ସହ ରାଧାକୃଷ୍ଣନଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

5-ସର୍ବଶ୍ରେଷ୍ଠ ଭୂମିକା ପାଇଁ ଦେଶବ୍ୟାପୀ 47 ଶିକ୍ଷକଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ଆଜି ଦେଶ ପାଳୁଛି ଗୁରୁଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ 2020 ବର୍ଷର ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରିବେ। ଚଳିତ ବର୍ଷ ଏହାକୁ ଭର୍ଚୁଆଲରେ ଆୟୋଜନ କରାଯିବ। ଏନେଇ ସାରା ଦେଶରୁ ସ୍ବଚ୍ଛ ପ୍ରକ୍ରିୟାରେ 47 ଜଣ ଶିକ୍ଷକଙ୍କୁ ଚୟନ କରାଯାଇଛି।

6-ଗୁରୁ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ 132 ତମ ଜନ୍ମ ଜୟନ୍ତୀ ତଥା ଗୁରୁ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଶିକ୍ଷକ ସମ୍ପ୍ରଦାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

7-ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ 2 କଳା ଓ ଧନ୍ଦାମୂଳକ ରେଜଲ୍ଟ । ଅପରାହ୍ନ 4ଟାରୁ www.orissaresults.nic.in ୱେବସାଇଟରେ ଛାତ୍ରଛାତ୍ରୀମାନେ ଦେଖିପାରିବେ ସେମାନଙ୍କ ପରୀକ୍ଷା ଫଳ ।

8-ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କୁ ଦିଆଯାଉଥିଲା ଡ୍ରଗ୍ସ ,ସ୍ବୀକାର କଲେ ସୌଭିକ୍

ଭଉଣୀର କାରନାମାକୁ ଏନସିବି ଆଗରେ ପ୍ରକାଶ କଲା ସୌଭିକ୍ ଚକ୍ରବର୍ତ୍ତୀ। ସେ ସ୍ବୀକାର କରିଛି ଯେ ସାମୁଏଲ ମିରାଣ୍ଡାଙ୍କ ଜରିଆରେ ତାଙ୍କ ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କ ପାଇଁ ସେ ଡ୍ରଗ୍ସ କିଣୁଥିଲେ। ତେବେ ସୌଭିକଙ୍କ ଏହି ବୟାନ ରିୟାଙ୍କ ପାଇଁ ବିପଦକୁ ଟାଣି ଆଣିବା ସହ ଗିରଫ ସମ୍ଭାବନାକୁ ବୃଦ୍ଧି କରିଛି।

9-ହୋମ ଓ ପେଡ ଆଇସୋଲେସନ ପାଇଁ ବିଏମସିର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି

ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କୋରୋନା ସଂକ୍ରମିତଙ୍କ ପାଇଁ ବିଏମସି ଆଣିଛି ନୂଆ ସୁବିଧା । ଜାରି ହୋଇଛି ହୋମ ଓ ପେଡ ଆଇସୋଲେସନ ପାଇଁ ବିଏମସି ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ।

10-ଶ୍ରାଦ୍ଧବାର୍ଷିକୀରେ ମନେପଡନ୍ତି ସାରା ଜଗତର ମା’ ମଦର ଟେରସା

ଆଜି ହେଉଛି ମଦର ଟେରେସାଙ୍କ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ କୋଲକାତାର 'ମଦର ହାଉସ୍ ଅଫ୍ ମିଶନାରୀ ଅଫ୍ ଚାରିଟି'ରେ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା।

ABOUT THE AUTHOR

...view details