ଓଡିଶା

odisha

ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - TOP NEWS @9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

By

Published : Aug 3, 2020, 9:06 PM IST

1.ରାଜ୍ୟରେ ପାଞ୍ଚ ପ୍ରକାର କୋରୋନା ଭୂତାଣୁ ଚିହ୍ନଟ, ଚିନ୍ତାରେ ଡାକ୍ତର

ରାଜ୍ୟରେ ପାଞ୍ଚ ପ୍ରକାର କୋରୋନା ଭୂତାଣୁ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ମନରେ ଛନକା । ଦେଶର 13 ରାଜ୍ୟରୁ ଓଡ଼ିଶାର 18 ଟି ଜିଲ୍ଲାକୁ ଆସିଥିବା ପ୍ରବାସୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଛି ।

2.ରାଜ୍ୟରେ ଖୋଲିବ ଢାବା-ରେସ୍ତୋରାଁ

ରାଜ୍ୟରେ ଖୋଲିବ ହୋଟେଲ ଓ ରେସ୍ତୋରାଁ। ଏଥିସହିତ ଢାବା ବି ଖୋଲା ରହିବ।

3.ଆସନ୍ତାକାଲିଠୁ ଗଡିବ ‘ମୋ ବସ୍’

ସ୍ମାର୍ଟସିଟି ଭୁବନେଶ୍ବରରେ କାଲିଠୁ ଗଡିବ ମୋ ବସ। 8ଟି ରୁଟରେ ସକାଳ 7 ଟା ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଗଡିବ ମୋ ବସ।

4.କୋଭିଡ଼ ପରିଚାଳନା; ସରକାରଙ୍କ ମୁଖା ଖୋଲିଲେ ନିରଞ୍ଜନ

ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ଓ ସରକାରୀ ଉଦାସୀନତା ସମ୍ପର୍କରେ କେତେକ ତଥ୍ୟ ପ୍ରଦାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

5.ଅନଲାଇନ କ୍ଳାସରେ ଅଶ୍ଳୀଳ ଫଟୋ ଛାଡିବା ପ୍ରସଙ୍ଗ: ଦୋଷ ସ୍ୱୀକାର କଲେ ପ୍ରଧାନ ଶିକ୍ଷକ

ଅଜାଣତରେ ମୋବାଇଲରୁ ଗୋଟେ ଲିଙ୍କ ସେୟାର ହୋଇଥିଲା । ଜାଣିଶୁଣି ସେ ଏଭଳି କରିନଥିବା ସଫେଇ ଦେଇଛନ୍ତି ।

6.ପୁଣି ଗେହଲଟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଗୁଲାବଚନ୍ଦ

ରାଜ୍ୟର ସାଧାରଣ ଜନତା ମହାମାରୀରେ ଛଟପଟ ହେଉଥିବାବେଳେ କଂଗ୍ରେସ ସରକାର ହୋଟେଲରେ ମଜା କରୁଥିବା ଅଭିଯୋଗ କରିଛନ୍ତି ।

7.ମୋବାଇଲ ଆପ୍ ଲଞ୍ଚ କଲା ଆକାଶବାଣୀ

ଲକଡାଉନ୍ ପରେ ସମଗ୍ର ବିଶ୍ବ ପରିବର୍ତ୍ତନ ହୋଇଛି । ଖାଦ୍ୟଠାରୁ ଆରମ୍ଭ କରି ଉଠିବା ବସିବା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ହୋଇଛି । ଦେଶ-ଦୁନିଆ ଡିଜିଟାଲ ମୁହାଁ ହେଉଛି ।

8.ଅନନ୍ୟ ଉଦାହରଣ: 30 ବର୍ଷ ଧରି ହିନ୍ଦୁ ଭାଇ ପାଇଁ ରାକ୍ଷୀ ପଠାଉଛି ପାକିସ୍ତାନୀ ଭଉଣୀ

ପାକିସ୍ତାନର କରାଚିରେ ରହୁଥିବା ଶାହିଦା ଖଲିଲ ଲଗାତାର 30 ବର୍ଷ ଧରି ତାର ହିନ୍ଦୁ ଭାଇ ପାଇଁ ରାକ୍ଷୀ ପଠାଇ ତିଆରି କରିଛି ସମ୍ପର୍କର ସେତୁ ।

9.25 ଟଙ୍କାର ପେଟ୍ରୋଲ 80 ଟଙ୍କାରେ କାହିଁକି କିଣିବାକୁ ପଡେ ? ଜାଣନ୍ତୁ ପୁରା ହିସାବ...

ପେଟ୍ରୋଲ ଓ ଡିଜେଲର ବେସ ପ୍ରାଇସ ଠାରୁ 3 ଗୁଣା ଅଧିକ ଗଣିବାକୁ ପଡୁଛି । କିନ୍ତୁ କାହିଁକି ? ଜାଣନ୍ତୁ ଦିଲ୍ଲୀରେ ବିକ୍ରି ହେଉଥିବା ପେଟ୍ରୋଲ ଓ ଡିଜେଲ ଦାମ ବିକ୍ରିର ପୁରା ହିସାବ..

10.ଦୂତିଙ୍କ ରାକ୍ଷୀ ଶୁଭେଚ୍ଛାର ଏମିତି ଉତ୍ତର ରଖିଲେ ମୋଦି

ଓଡିଶାର ଦୌଡ ରାଣୀ ଦୂତି ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଥିଲେ । ଆଉ ଯାହାର ପ୍ରତି ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି ଦୂତିଙ୍କୁ ଆର୍ଶୀବାଦ ଦେଇଛନ୍ତି।

For All Latest Updates

ABOUT THE AUTHOR

...view details